ଶୋଇଥିବା ବେଳେ ଘରେ ପଶି ୧୫ ବର୍ଷୀୟ ବାଳିକାକୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ରାଜଧାନୀ ପାଟଣାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘରେ ପଶି ଜଣେ ୧୫ ବର୍ଷୀୟ ବାଳିକାକୁ ଜୀଅନ୍ତା ଜାଳିଦେଇଛନ୍ତି ଦୁବୃର୍ତ୍ତ। ଘରେ ନିଜ ମା ’ ସହିତ ଶୋଇଥିବା ବାଳିକାକୁ ଜାଳିଦେବା ପରେ ତାଙ୍କୁ ଗୁରୁତର ଭାବେ ହସପିଟାଲକୁ ନେବା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା।

burn

ସୂଚନାଯୋଗ୍ୟ, ପାଟନାର ହାଥୀଦହ ଥାନା ଅନ୍ତର୍ଗତ ମହେନ୍ଦପୁର ଗାଁର ନବମ ଶ୍ରେଣୀରେ ପଢୁଥିବା ୧୫ ବର୍ଷୀୟ ଝିଅ ପୁତ୍ରି ରୁପାଲି ନିଜ ମା’ ସହିତ ଘରେ ଶୋଇଥିଲେ। କିନ୍ତୁହଠାତ ସେହି ଘରୁ ତାଙ୍କ ଚିତ୍କାର ଶୁଭିବା ପରେ ଘର ଲୋକ ଦୌଡି ଦେଖିବା ବେଳକୁ ସେ ଜଳୁଥିଲେ। କେବଳ ଝିଅଟି ନୁହେଁ, ତାଙ୍କ ମା’ଠାର ମଧ୍ୟ ନିଆଁ ଲାଗିଯାଇଥିଲା। ଝିଅକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ସମୟରେ ତାର ବାଟରେ ମୃତ୍ୟୁ ଘଟିଥିଲା। ଏହି ନିଆଁ କେଉଁଠୁ ଲାଗିଲା, କିଏ ଲଗାଇଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ପରିବାର ପକ୍ଷରୁ୫ ଜଣଙ୍କ ବିରୋଧରେ କେସ୍‌ ରୁଜୁ ହୋଇଛି। ପରିବାର ପକ୍ଷରୁ ଅଭିଯୋଗ ହୋଇଛି, ତାଙ୍କ ଝିଅ ଉପରେ କିରୋସିନ ଢାଳି ନିଆଁ ଲଗାଯାଇଛି।

patna police

ଏହି ଘଟଣାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛି। ଲୋକ ଏହି ମାମଲାରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ଏପର୍ଯ୍ୟନ୍ତ ଘଟଣାର କାରଣ ଅସ୍ପଷ୍ଟ ରହିଛି। ସୂଚନାମୁତାବକ, ଗତ ରବିବାର ଦିନ ଏହି ଅଞ୍ଚଳରେ ସାଢେ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.