ହାଇସ୍କୁଲରେ ଆଖିବୁଜା ଗୁଳିମାଡ଼ କଲା୧୫ ବର୍ଷୀୟ ଛାତ୍ର : ୩ମୃତ, ୮ ଆହତ

ଆମେରିକାର ମିଚିଗାନରେ ଥିବା ଏକ ହାଇସ୍କୁଲରେ ଜଣେ ୧୫ ବର୍ଷୀୟ ଛାତ୍ରର ଆଖିବୁଜା ଗୁଳିମାଡ଼ କରିଥିଲା । ଏଥିରେ ୩ ଜଣ କିଶୋରଙ୍କ ମୃତ୍ୟୁ ହୋଇଥିବା ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତ ହୋଇଥିବା ୮ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଛନ୍ତି।୧୫ ବର୍ଷୀୟ ଛାତ୍ର ଜଣଙ୍କ ସେମି ଅଟୋମେଟିକ ହ୍ୟାଣ୍ଡଗନରୁ ହିଁ ଏପରି ଗୁଳିମାଡ଼ କରିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍‌ ପହଞ୍ଚି ଗୁଳିମାଡ଼ କରିଥିବା ଛାତ୍ରଙ୍କୁ ନିଜ ହେପାଜତକୁ ନେବା ସହ ପଚରାଉଚରା ଆରମ୍ଭ କରିଛି । କିନ୍ତୁ ଗୁଳିମାଡକୁ ନେଇ କୌଣସି ସ୍ପଷ୍ଟ କାରଣ ଜଣାପଡିନାହିଁ। ଘଟଣା ବିଷୟରେ ଏପର୍ଯ୍ୟନ୍ତ ନାବାଳକ ଜଣକ କୌଣସି ବୟାନ ଦେଇନାହିଁ।

ସୂଚନା ଅନୁଯାୟୀ, ଆହତଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିବା ଅକ୍ସଫୋର୍ଡ ହାଇ ସ୍କୁଲର ଜଣେ ଶିକ୍ଷକ ରହିଥିବା ଜଣାପଡ଼ିଛି । ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୨ ଜଣ ଛାତ୍ରୀ ରହିଛନ୍ତି । ଛାତ୍ରଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ୨ ଛାତ୍ରୀଙ୍କ ବୟସ ୧୭ ଓ ୧୪ ବର୍ଷ ।

ପୋଲିସ୍‌ କହିଛି ଯେ ୧୫ ବର୍ଷୀୟ ଛାତ୍ର ଜଣଙ୍କ ନିଜ ସହ ସ୍କୁଲକୁ ବନ୍ଧୁକ ନେଇ ଆସିଥିଲା । ଏହାପରେ ସେ ସମସ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲା । ପ୍ରାୟ ୧୫ ରୁ ୨୦ ରାଉଣ୍ଡ ଗୁଳି ମାରିବା ପରେ ସେ ଆପେ ଆପେ ପୋଲିସକୁ ଧରା ଦେଇଥିଲା । ଜଣେ ଛାତ୍ରୀ କହିଛନ୍ତି, ସମସ୍ତେ କେମେଷ୍ଟ୍ରୀ କ୍ଲାସରେ ଥିବା ବେଳେ ହଠାତ୍ କାଚ ଭାଙ୍ଗିବାର ଶବ୍ଦ ଶୁଣିବାକୁ ମିଳିଲା । ଏହି ସମୟରେ ଜଣେ ଶିକ୍ଷକ ଚିତ୍କାର କରି ଦୌଡ଼ି ଆସିଥିଲେ। ପୋଲିସ ହେପାଜତକୁ ଗଲା ପରେ ନାବାଳକ ଜଣକ ଓକିଲ ପାଇଁ ପୋଲିସକୁ କହିଛି। ନାବାଳକ ଏପର୍ଯ୍ୟନ୍ତ କିଛି ବୟାନ ଦେଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.