ଆବଶ୍ୟକ ହେଲେ ଓମିକ୍ରନ ପାଇଁ ଆସିବ ସ୍ୱତନ୍ତ୍ର ବୁଷ୍ଟର ଡୋଜ୍: ଆଦାର ପୁନାଓ୍ଵାଲା

ନୂଆଦିଲ୍ଲୀ(କେନ୍ଯୁଜ୍): ଆବଶ୍ୟକ ହେଲେ ଓମିକ୍ରନ ପାଇଁ ଆସିବ ସ୍ୱତନ୍ତ୍ର ବୁଷ୍ଟର ଡୋଜ। ‘ଓମିକ୍ରନ’କୁ ଆଧାର କରି ବିଶେଷ ଭାବେ କୋଭିସିଲ୍ଡର ଏକ ନୂଆ ସଂସ୍କରଣ ଆସିବ। ଯଦି ଗବେଷଣା ଦ୍ୱାରା ଏହାର କିଛି ଆବଶ୍ୟକତା ଥିବା ଜଣାପଡେ ତେବେ ଏ ସଂକ୍ରାନ୍ତରେ ବିଚାରବିମର୍ଶ କରାଯିବ ବୋଲି କହିଛନ୍ତି ସିରମ୍‌ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦାର ପୁନାଓ୍ଵାଲା। ଓମିକ୍ରନ ପାଇଁ ଅଧିକ ଗବେଷଣା ଜାରି ରହିଛି। ସବିଶେଷ ତଥ୍ୟ ଆସିବା ପରେ ଆଉ ୨ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯିବ।

ଅକ୍ସଫୋର୍ଡରେ ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି। ସେମାନଙ୍କ ଗବେଷଣାକୁ ଆଧାର କରି ଆମେ ଏକ ନୂଆ ଟିକା ପ୍ରସ୍ତୁତ କରିବୁ। ଏହା ୬ମାସରେ ଏକ ବୁଷ୍ଟର ଭାବେ କାମ କରିବ। କୋଭିସିଲ୍ଡର ଫଳପ୍ରଦତା ବହୁତ ଅଧିକ ରହୁଛି ବୋଲି ଲାନସେଟ୍‌ ଅଧ୍ୟୟନରୁ ଜଣାପଡିଛି। ଏହା ହସ୍ପିଟାଲ ରହଣୀ ଓ ମୃତ୍ୟୁ ସମ୍ଭାବନାକୁ କମାଇ ଦେଉଛି। ତେବେ ସମୟ ସହ କୋଭିସିଲ୍ଡର ଫଳପ୍ରଦତା କମିଯିବ ନାହିଁ। ଯଦି ବୁଷ୍ଟର ଡୋଜ ଆବଶ୍ୟକ ହୁଏ ତେବେ କମ୍ପାନୀ ନିକଟରେ ବହୁତ ଡୋଜ ରହିଛି ଏବଂ ଏହା ସମାନ ମୂଲ୍ୟରେ ଉପଲବ୍ଧ ହେବ ବୋଲି କହିଛନ୍ତ ପୁନାଓ୍ଵାଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.