ପୁଣି ଥରେ ଭାରତ-ଚୀନ ସେନା ମୁହାଁମୁହିଁ, ଅରୁଣାଚଳ ସୀମାନ୍ତରେ ଅଟକିଛନ୍ତି ୨୦୦ ଚୀନ ସୈନିକ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦେଖାଯାଇଛି । ଗତ ସପ୍ତାହରେ ଚୀନ୍‌ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟମିତ ପାଟ୍ରୋଲିଙ୍ଗ୍‌ ସମୟରେ ଭାରତ ଓ ଚୀନ୍‌ ସୈନିକମାନେ ମୁହାଁମୁହିଁ ହୋଇଥିଲେ। ଚୀନ୍‌ ସୀମାନ୍ତ ନିକଟରେ ଭାରତୀୟ ସେନା ପ୍ରାୟ ୨୦୦ ଚୀନ ସୈନିକଙ୍କୁ ଭାରତୀୟ ସୈନିକମାନେ ଅଟକାଇ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ପରେ, ଆଞ୍ଚଳିକ କମାଣ୍ଡର୍‌ମାନେ ବିବାଦର ସମାଧାନ କରିବାରୁ ଉଭୟ ପକ୍ଷର ସୈନିକ ଅପସରି ଯାଇଥିଲେ। ବିଶେଷସୂତ୍ରରୁ ଜଣାପଡ଼ିଛି, ଉଭୟ ପକ୍ଷ କିଛି ସମୟ ଆଲୋଚନା କରିବା ପରେ ପ୍ରଚଳିତ ପ୍ରୋଟକଲ୍‌ ଅନୁଯାୟୀ ବିବାଦ ସାମାଧାନ ହୋଇଥିଲା। ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ପୂର୍ବ ଲଦାଖ ସୀମାନ୍ତ ଅଞ୍ଚଳର ବାକି ବିବାଦ ସମାଧାନ କରିବା ଲାଗି ଚୀନ୍‌ ତ୍ୱରିତ ପ୍ରସ୍ତାବନା ଆଣିବ ବୋଲି ମନେହେଉଥିବା କଥା ଗୁରୁବାର ଦିନ ଭାରତ କହିଛି।

ସୂଚନାଯୋଗ୍ୟ ଯେ ଉତ୍ତରାଖଣ୍ଡର ବାରାହୋଟିରେ ପ୍ରାୟ ଶହେ ଚୀନ୍ ସୈନିକ ମାନେ ସୀମା ପାର ହୋଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ। ଅଗଷ୍ଟ 30 ରେ, ସୈନିକ ମାନେ ଭାରତୀୟ ସୀମା ଭିତରେ ପ୍ରାୟ ପାଞ୍ଚ କିଲୋମିଟର ଆସିବା ପରେ ଫେରି ଆସିଥିଲେ। ଖବର ଅନୁଯାୟୀ, ଚୀନ୍ ସୈନିକ ମାନେ ମଧ୍ୟ ଭାରତୀୟ ସୀମା ଅଞ୍ଚଳରୁ ଫେରିବା ପୂର୍ବରୁ ଏହି ଅଞ୍ଚଳର ଏକ ସେତୁକୁ ନଷ୍ଟ କରିଦେଇଥିଲେ। ତେବେ ଏହି ଖବର ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଖବର ଅନୁଯାୟୀ ଗତ ବର୍ଷ ଏପ୍ରିଲରୁ ପୂର୍ବ ଲଦାଖରେ ମଧ୍ୟ ବିବାଦ ଲାଗିରହିଥିଲା । ଦେଢ଼ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିବାଦ ଜାରି ରହିଛି। ଚୀନ୍‌ର ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ସହିତ ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ସାମରିକ ସ୍ତରୀୟ ଆଲୋଚନା ଚାଲିଛି। ଚୀନ୍ କ୍ରମାଗତ ଭାବରେ LAC ରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.