ରୁଷ୍‌ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି, ୫ ହଜାରରୁ ଅଧିକ ଘର ଜଳି ପାଉଁଶ

ରୁଷ୍‌ର ୟୁରାଲ୍‌ ପର୍ବତ ଉପରେ ଥିବା ଜଙ୍ଗଲରେ ନିଆଁ ଲାଗି ଏ ପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। କୁରଗନ୍‌ ଏବଂ ସାଇବେରିଆ ଜଙ୍ଗଲରେ ଗତ ଏକ ସପ୍ତାହ ଧରି ନିଆଁ କୁହୁଳୁଛି।

ରୁଷ୍‌ର ୟୁରାଲ୍‌ ପର୍ବତ ଉପରେ ଥିବା ଜଙ୍ଗଲରେ ନିଆଁ ଲାଗି ଏ ପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। କୁରଗନ୍‌ ଏବଂ ସାଇବେରିଆ ଜଙ୍ଗଲରେ ଗତ ଏକ ସପ୍ତାହ ଧରି ନିଆଁ କୁହୁଳୁଛି। ସେପଟେ ଏହି ଜଙ୍ଗଲ ନିଆଁରେ ୫ ହଜାରରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି।

ସରକାରୀ ସମାଚାର ଏଜେନ୍ସି ‘ତାସ୍‌’ ସୂତ୍ରରୁ ଜଣାପଡ଼ିଛି ଯେ ପଶ୍ଚିମ ସାଇବେରିଆର ତ୍ୟୁମେନ ପ୍ରଦେଶରେ ଜଣେ ବ୍ୟକ୍ତି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ନିଜେ ଜଳି ଯାଇଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଅଧିକାରୀଙ୍କ ମୁତାବକ, ଜଙ୍ଗଲରେ ଲାଗିଥିବା ନିଆଁ ସଂସ୍ପର୍ଶରେ ଆସି କୁରଗନ୍‌ ପ୍ରଦେଶର ୟୁଲ୍‌ଦୁସ୍‌ ଗାଁରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଗାଁ ୟୁରାଲ୍‌ ପର୍ବତ ଶୃଙ୍ଗ ଏବଂ ସାଇବେରିଆ ନିକଟରେ ଅବସ୍ଥିତ।

ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ରୁଷ୍‌ରେ ନିକଟ ଅତୀତରେ ବ୍ୟାପକ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଘଟିଛି। ବିଶେଷଜ୍ଞମାନେ ଏଥି ପାଇଁ ଅସ୍ୱାଭାବିକ ଶୁଷ୍କ ଗ୍ରୀଷ୍ମକାଳ ଏବଂ ତାପମାତ୍ରା ବୃଦ୍ଧିକୁ ଦାୟୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.