ଆମେରିକାରେ କରୋନା ବିପର୍ଯ୍ୟୟ: ୨୪ ଘଣ୍ଟାରେ ଗଲାଣି ୨ହଜାର ୧୭୪ ଜଣଙ୍କ ଜୀବନ, ଛଅ ଲକ୍ଷ ୭୭ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ଆମେରିକା: ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱର ୨୧୦ ଦେଶରେ ଏଯାଏ ୨୧ଲକ୍ଷ ୮୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୫ ହଜାର ୪୧୭ରେ ପହଞ୍ଚିଛି। ୫ଲକ୍ଷ ୪୬ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ୨୪ ଘଣ୍ଟାରେ USAରେ ୨ହଜାର ୧୭୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୩୪ ହଜାର ୮୫୦ରେ ପହଞ୍ଚିଛି । ୬ ଲକ୍ଷ ୭୭ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ପେନ୍‌ରେ ୧ଲକ୍ଷ ୮୪ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୯ହଜାର ୩୧୫ଜଣଙ୍କର ଜୀବନ ଗଲାଣି। । ଇଟାଲିରେ ୧ଲକ୍ଷ ୬୮ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୨ହଜାର ୧୭୦ଜଣଙ୍କ ମୃତ୍ୟୁ ହୋଇଛି । ଜର୍ମାନୀରେ ୧ଲକ୍ଷ ୩୭ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୪ହଜାର ୫୨ ଜଣଙ୍କର ଜୀବନ ଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.