ନିୟମ ନ ମାନି ଜବରଦସ୍ତି ଖୋଲିଲେ ସ୍କୁଲ, ସପ୍ତାହେ ଭିତରେ ୨୫୦ ଛାତ୍ରଛାତ୍ରୀ-ଶିକ୍ଷକଙ୍କୁ କରୋନା

କରୋନା ଭାଇରସ୍‌ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ଆମେରିକା ବି ସାମିଲ ଅଛି। ସେଠାରେ ଏବେ ସ୍କୁଲ ପିଲାଙ୍କ ଉପରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି। କରୋନା ମହାମାରୀ ମଧ୍ୟରେ ମଧ୍ୟ ଆମେରିକାରେ ସ୍କୁଲ ଖୋଲାଯାଇଛି। ଯାହା ପରେ ପରିସ୍ଥିତି ଭୟାବହ ହୋଇଛି। ଆମେରିକାର ଜର୍ଜିଆ ଜିଲ୍ଲାରେ ସ୍କୁଲ ଖୋଲିବାର ପ୍ରାୟ ସପ୍ତାହେ ପରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ପଜିଟିଭ୍‌ ଆସିଥିବା ଜଣାଯାଇଛି।

Covid-19: Keeping Track of Coronavirus Cancellations – Adweek

ଅଟଲାଣ୍ଟାର ଚେରୋକି କାଉଣ୍ଟିଂ ସ୍କୁଲ ନିଜ ୱେବ୍‌ସାଇଟ୍‌ରେ କରୋନା ଭାଇରସ୍‌ର ଏହି ମାମଲା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ପ୍ରଥମରୁ ୧୨ ଶ୍ରେଣୀ ଯାଏଁ ୧୧ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ସଂଖ୍ୟା ସ୍କୁଲରେ ବଢ଼ି ଏବେ ୨୫୦ରେ ପହଞ୍ଚିଛନ୍ତି। ସମସ୍ତଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ସ୍କୁଲର ସମସ୍ତ ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କୁ ୧୪ ଦିନ ଯାଏଁ ଆଇସୋଲେସନ୍‌କୁ ପଠାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଏବେ ଅନ୍‌ଲାଇନ୍‌ରେ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଯାଇଛି।

2 Detroit Summer School Students Test Positive for COVID-19 | Time

ଯେଉଁ ଜିଲ୍ଲାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଛି ସେଠାରେ ପ୍ରାୟ ୪୦ ସ୍କୁଲ ଓ ଷ୍ଟଡି ସେଣ୍ଟର ରହିଛି। ଏହି ସ୍କୁଲରେ ୪୨ ହଜାର ୨୦୦ ଛାତ୍ର ଓ ପ୍ରାୟ ୪୮୦୦ କର୍ମଚାରୀ କାମ କରୁଛନ୍ତି। ଏଣୁ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.