ମହିଳାଙ୍କ ଆଖିରୁ ମିଳିଲା ୨୮ବର୍ଷର ପୁରୁଣା ଲେନ୍ସ

ବ୍ରିଟେନରେ ରହୁଥିବା ଜଣେ ମହିଳାଙ୍କ ସହିତ ଏକ ଅଜବ ଘଟଣା ଘଟିଛି । ଯେବେ ଡାକ୍ତରଙ୍କ ପାଖକୁ ନିଜର ବଡ ଆଖିର ଚିକିତ୍ସା ପାଇଁ ଗଲେ ସେତେବେଳେ ଆଶ୍ଚର୍ୟ୍ୟ ହୋଇଗଲେ । ତାଙ୍କ ଆଖିରୁ ଏକ ୨୮ବର୍ଷର ପୁରୁଣା ଲେନ୍ସ କଢାଗଲା ।

lens

ମିଡିଆରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ ୪୨ବର୍ଷୀୟ ମହିଳାଙ୍କୁ ଏହି କଥା ବିଲକୁଲ ବି ଜଣା ନଥିଲାକି ସେ ବିଗତ ୨୮ବର୍ଷ ହେବ ଆଖିରେ ଏକ ଲେନସ୍ ସହିତ ବଂଚି ଆସୁଥିଲେ । ଡାକ୍ତର ଯେତେବେଳେ ତାଙ୍କର ଆଖିର ଏମଆରଆଇ ସ୍କାନ କରିଥିଲେ ସେବେ ଏହି ବିଷୟରେ ଜାଣିପରିଥିଲେ । ଏହାପରେ ଡାକ୍ତର ତାଙ୍କ ଆଖିର ଅପରେସନ କରାଇଲେ ଏବଂ ୨୮ବର୍ଷରୁ ଥିବା ଲେନ୍ସକୁ ବାହାର କରିବାରେ ସଫଳ ହୋଇପାରିଲେ ।

ସିଏନଏନରେ ଲୁଚିଥିବା ଏକ ରିପୋର୍ଟ ଅନୁସାରେ ମହିଳାଙ୍କର ବୟସ ଯେତେବେଳେ ୧୪ବର୍ଷ ଥିଲା ସେବେଠାରୁ ଏହି ଲେନ୍ସ ଟି ତାଙ୍କ ଆଖିରେ ରହିଥିଲା । ଏହି କଥା ମହିଳାଙ୍କ ମା’ଙ୍କ ମନେପଡି ଯିବାରୁ ସେ ଏହି ଘଟଣା ବିଷୟରେ ଜଣାଇଛନ୍ତି । ମହିଳା ଜଣଙ୍କର ମା’ କହିଛନ୍ତି ଝିଅକୁ ଯେତେବେଳେ ୧୪ବର୍ଷ ବୟସ ହୋଇଥିଲା ସେବେ ସେ ବ୍ୟାଟମିଟନ୍ ଖେଳିବା ସମୟରେ ତାଙ୍କ ଆଖିରେ ସୁଟର ଲାଗିଯାଇଥିଲା । ସେହି ସମୟରେ ସେ ଲେନସ୍ ପିନ୍ଧିଥିଲେ ଏବଂ ସୁଟର୍ ବାଜିବା କାରଣରୁ ଲେନ୍ସଟି ଆଖି ଭିତରକୁ ଯାଇସାରିଥିଲା ।

ଡାକ୍ତର ମଧ୍ୟ ଆଶ୍ଚର୍ୟ୍ୟ ୨୮ବର୍ଷରୁ ଗୋଟେ ଲେନସ୍ ତାଙ୍କ ଆଖିରେ ରହିଥିଲା ଏବଂ ଏପର୍ୟ୍ୟନ୍ତ ତାଙ୍କର କୌଣସିବି ଅସୁବିଧା କରି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.