ଆନ୍ଧ୍ରକୁ ପଡିଛି ଦୁଃଖ: ପ୍ରଳୟଙ୍କରୀ ବର୍ଷାରେ ୨୯ ଜଣଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ନିଖୋଜ

କେନ୍ୟୁଜ୍(ବ୍ୟୁରୋ): ଆନ୍ଧ୍ରରେ ପ୍ରଳୟଙ୍କରୀ ବର୍ଷାରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟାଜଳରେ ଭାସି ଯାଇ ଏବେ ବି ୫୦ରୁ ଅଧିକ ନିଖୋଜ ଅଛନ୍ତି। ଅନନ୍ତପୁର ଜିଲ୍ଲାରେ କାନ୍ଥ ପଡ଼ି ୬ ଜଣଙ୍କ ମୃତ୍ୟୁ ହୋଇଛି । ଚିତ୍ତୋର ଜିଲ୍ଲାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି । ବଙ୍ଗୋପସାଗରରେ ସକ୍ରିୟ ଅବପାତ ଦ୍ୱାରା ତିରୁୁପତି ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଜଳପ୍ରଳୟ । ତିରୁପତିରେ ବାଦଲ ଫଟା ବର୍ଷାରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ମୁଖ୍ୟ ମନ୍ଦିର ଓ ଘାଟ ରାସ୍ତାକୁ ବନ୍ଦ କରିଦିଆଯାଇଛି। ବହୁ ସ୍ଥାନରେ ରେଳପଥ, ସଡ଼କପଥରେ ବ୍ୟାପକ କ୍ଷତି ଘଟିଛି। ଚେୟୁରୁ ନଦୀରେ ବନ୍ୟା ଆସିବା ପରେ କଡପା ଜିଲ୍ଲାର ଅନେକ ଅଞ୍ଚଳ ଜଳଘେରରେ ରହିଛି।

ରାଜମପେଟ ଠାରେ ବନ୍ୟା ଜଳରେ ରାଜ୍ୟ ପରିବହନର ଫସି ରହିବା ଦ୍ୱାରା ୧୨ ଜଣ ପ୍ରାଣ ହରାଇଛନ୍ତି। ବହୁ ସ୍ଥାନରେ ରାସ୍ତା ଧୋଇଯିବା ଯୋଗୁଁ ଉପକୂଳ ଆନ୍ଧ୍ରରୁ ରାୟଲସୀମାକୁ ବନ୍ଦ ରହିଛି ବସ ସେବା। ବହୁ ଟ୍ରେନର ଗତିପଥ ବଦଲାଇ ଯାଇଛି। କଡପା ବିମାନବନ୍ଦରକୁ ୨୫ ତାରିଖ ଯାଏ ବନ୍ଦ ରଖାଯାଇଛି। ବିପନ୍ନଙ୍କୁ ସୁରକ୍ଷା ଓ ଉଦ୍ଧାର ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଭିନ୍ନ ବିଭାଗ କାର୍ଯ୍ୟରେ ଲାଗିଛନ୍ତି। ନିୟୋଜିତ ଅଛନ୍ତି ୭ଟି ଏନଡିଆରଏଫ ଟିମ୍‌ । ଭାରତୀୟ ବାୟୁସେନା ଓ ତଟରକ୍ଷୀ ବାହିନୀ ମଧ୍ୟ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.