‘ହୋମ କ୍ଵାରେଣ୍ଟାଇନ’ ଯୁବକଙ୍କୁ କଲା ପାଗଳ, ବୃଦ୍ଧାଙ୍କୁ କାମୁଡି କଲେ ହତ୍ୟା

କରୋନା ଭାଇରସ ସଂଦିଗ୍ଧ ବ୍ୟକ୍ତି ମାନଙ୍କୁ ‘ହୋମ କ୍ଵାରିଣ୍ଟିଂନ’ରେ ରଖାଯାଉଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହି କ୍ଵାରିଣ୍ଟିଂନକୁ ନେଇ ନିକଟରେ ଏକ ଅଜବ ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଘଟଣାଟି ଘଟିଛି ତାମିଲ ନାଡୁ ରାଜ୍ୟରେ । ରାଜ୍ୟର ଥେନି ଜିଲ୍ଲାରେ ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କୁ ହୋମ କ୍ଵାରିଣ୍ଟିଂନରେ ରଖାଯାଇଥିବା ବେଳେ ଶୁକ୍ରବାର ରାତିରେ ବାହାରକୁ ବାହାରି ୯୦ ବର୍ଷୀୟା ଜଣେ ବୃଦ୍ଧାଙ୍କୁ କାମୁଡିଥିବା ନେଇ ଅଜବ ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ପୋଲିସ କହିବା ଅନୁଯାୟୀ କରୋନା ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏକ ସପ୍ତାହ ପୂର୍ବରୁ ଶ୍ରୀଲଙ୍କାରୁ ଫେରିଥିଲେ ।

home

ତାଙ୍କ ଠାରେ କୋଭିଡ- ୧୯ ଲକ୍ଷଣ ଥିବା କାରଣରୁ ତାଙ୍କୁ କିଛି ଦିନ ହେବ ‘ହୋମ କ୍ଵାରିଣ୍ଟିଂନ’ରେ ରଖାଯାଇଥିଲା । ଘରେ ଏତେ ଦିନ ଧରି ବନ୍ଦ ଥିବା କାରଣରୁ ବ୍ୟକ୍ତିଙ୍କର ମାନସିକ ସନ୍ତୁଳନ ବିଗିଡି ଯାଇଥିଲା । ଫଳରେ ଶୁକ୍ରବାର ବିଳମ୍ବିତ ରାତିରେ ପାଗଳ ପ୍ରାୟ ହୋଇ ସମ୍ପୂର୍ଣ୍ଣ ନଗ୍ନ ଭାବେ ବ୍ୟକ୍ତି ଜଣକ ଘରୁ ଖସି ଆସିଥିଲେ । ମାନସିକ ଅବସ୍ଥା ଠିକ ନଥିବାରୁ ଘର ବାହାରେ ଶୋଇଥିବା ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ତାଙ୍କ ବେକକୁ ଜୋରରେ କାମୁଡି ଦେଇଥିଲେ ।

ବୃଦ୍ଧାଙ୍କ ଚିତ୍କାର ଶୁଣି ପାଖ ଆଖର ଲୋକେ ବାହାରକୁ ଆସି ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରିବା ସହ ଦୋଷୀଙ୍କୁ ପୋଲିସ ଜିମା ଦେଇଥିଲେ । ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କୁ ଥେନି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.