ଲକଡାଉନରେ ବି ଧୁମ୍‌ଧାମରେ ହେଉଥିଲା ବିବାହ, ହଠାତ ପହଁଚିଲା ପୋଲିସ, ବେଦି ଉପରୁ ଉଠାଇଆଣିଲା ଥାନାକୁ

ଦେଶରେ କାରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କାରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ୮୭୩ ହୋଇସାରିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯ରେ ପହଁଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଦେଶର ଲୋକଙ୍କୁ ଘରେ ରହିବ ସହ ସୋସିଆଲ ଡିସଟାନ୍ସ କରିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ଚଳିତ ମାସରେ ଥିବା ବିବାହକୁ ଅନେକ ଲୋକ ସ୍ଥଗିତ କରିଦେଇଛନ୍ତି। କିନ୍ତୁ କିଛି ଲୋକ ଲକଡାଉନର ନିୟମ ଉଲଂଘନ କରୁଥିବା ଦେଖିବାକୁ ମିଳୁଛି। ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।


ଉତ୍ତରାଖଣ୍ଡରେ ଲକଡାଉନ ସମୟରେ ବିନା ଅନୁମତିରେ ବିବାହ ଏବଂ ପ୍ରୋସେସନ କରୁଥିବା ନେଇ କାଜି ଏବଂ ବର ସମେତ ୮ ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି। ସେମାନେ ପୋଲିସ ଠାରୁ କୌଣସି ଅନୁମତି ନନେଇ ବିବାହ କରୁଥିଲେ। ପୋଲିସ ସିଧା ବରକୁ ଉଠାଇ ଆଣିଲା ଥାନାକୁ। ଅର୍ଥାତ ହାତଗଣ୍ଠି ପଡିବ ପୂର୍ବରୁ ମାମୁଁ ଘରେ ଆସି ପହଁଚିଲେ ବରପାତ୍ର।

ପୋଲିସ କହିବାନୁଯାୟୀ ଯେଉଁଠି ବିବାହ ହେଉଥିଲା ସେଠାରେ ୮ ଜଣ ଲୋକଙ୍କୁ ଅଲଗା ରହିବାକୁ କୁହାଯାଇଛି। ଏପରି କରିବା ପୂର୍ବରୁ ପୋଲିସ ଠାରୁ ଅନୁମତି ନେଇନଥିଲେ ବର। ତେବେ ଯଦି ଆପଣଙ୍କର ମଧ୍ୟ ଏହାରି ଭିତରେ ବାହାଘର ଅଛି ତେବେ ଆଗ ପୋଲିସର ଅନୁମତି ନିଅନ୍ତୁ, ନଚେତ କେତେବେଳେ ଯେ ଏମିତି ହାତଗଣ୍ଠି ପଡ଼ିଲାବେଳେ ପୋଲିସ ବାବୁ ପହଁଚିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.