ଛି.. ଏ ମଣିଷକୁ.. କୁକୁର ସହିତ ଦୁଷ୍କର୍ମ କରି ହେଲେ ଗିରଫ, ଭିଡିଓ ଭାଇରଲ

ନାଗପୁରରେ ଘଟିଛି ଏମିତି ଲଜ୍ୟାଜନକ ଘଟଣା, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନାଗପୁର ହୁଡକେଶ୍ୱର ଅଞ୍ଚଳରେ ଏମିତି ବିଚିତ୍ର ଘଟଣା ଘଟିଛି। ଏଠିକର ଜଣେ ବ୍ୟକ୍ତି କୁକୁର ସହିତ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି। ବ୍ୟକ୍ତିଙ୍କର ଏପରି କାଣ୍ଡ ସୋସିଆଲ ମିଡିଆରେ ଭାଇରଲ ହେବାର ଲାଗିଛି । ଭିଡିଓରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ବୁଲା କୁକର ସହିତ ସେକ୍ସ କରିବାକୁ ଚେଷ୍ଟା କରୁଥିବାର ନଜର ଆସିଛନ୍ତି ।

ଆପଣ ସବୁବେଳେ କୁକୁର କାମୁଡିବା ଭୋକିବା ଘଟଣା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ହେଲେ ଏଭଳି ଘଟଣା ବିଷୟରେ ଜାଣିବା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । ପୋଲିସକୁ ଏହି ଭାଇରଲ ଭିଡିଓରେ ସୂଚନା ମିଳିବା ପରେ ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିଛି। ଘଟଣା ନାଗପୁରର ସାହୁ ନଗର ମଇଦାନ ପାଖରେ ଘଟିଛି। ନାଗପୁର ହୁଡକେଶ୍ୱର ଅଞ୍ଚଳରେ ୪୦ ବର୍ଷୀୟ ବ୍ୟକ୍ତି ବୁଲା କୁକୁର ସହିତ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ହୁଡକେଶ୍ୱର ଥାନାର ଇନ୍ସପେକ୍ଟର ଲଳିତ ବର୍ତ୍ତିକର କହିଛନ୍ତି, ତାଙ୍କ ପାଖକୁ ଗୁପ୍ତ ଭାବେ ଏହି ଖବର ଆସିଥିଲା । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ରହି ଦିନ ମଜୁରିଆ ଭାବେ କାମ କରନ୍ତି ।୩୭୭, ୨୯୪ ଆଇପିସି ଧାରା ଅନୁଯାୟୀ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଏଭଳି ଲଜ୍ୟାଜନକ ଘଟଣାକୁ ନେଇ ଲୋକେ ପ୍ରତିକ୍ରିୟା ଦେବା ସହିତ ଗିରଫ ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ,  ଉତ୍ତରପ୍ରଦେଶର ବରେଲୀରେ ଜଣେ ମଦ୍ୟପ  ବ୍ୟକ୍ତି ମଦ ନିଶାରେ କୁକୁରର କାନ ଓ ଲାଞ୍ଜ କାଟି ଲୁଣ ମିଶାଇ ଖାଇଥିବା ଜଣାପଡ଼ିଛି। ମଦ ପିଇବା ସମୟରେ ସେ ଏଭଳି କରିଥିବା କୁହାଯାଉଛି। ଗୋଟିଏ କୁକୁର ଛୁଆର କାନ କାଟି ଦିଆଯାଇଥିବା ବେଳେ ଅନ୍ୟ କୁକୁର ଛୁଆର ଲାଞ୍ଜ କାଟି ଦିଆଯାଇଥିବା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଦୁଇ କୁକୁର ଛୁଆଙ୍କର ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି।

ପଶୁମାନଙ୍କ ପ୍ରତି ଅତ୍ୟାଚାର ହେଉଛି ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ, ୧୯୬୦ ଅଧୀନରେ ଏକ ଅପରାଧ। ପଶୁମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ଏହାର ଉଦ୍ଦେଶ୍ୟ । ଏହି ଅଧିନିୟମ ଅନୁଯାୟୀ ଭାରତର ପଶୁ କଲ୍ୟାଣ ବୋର୍ଡ ମଧ୍ୟ ଗଠନ କରାଯାଇଛି। ଏବଂ କେତେକ କ୍ଷେତ୍ରରେ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୮ ଅନୁଯାୟୀ, ପଶୁମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମଧ୍ୟ ଦିଆଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.