ଜି୨୦ ଶିଖର ସମ୍ମିଳନୀ : ବାଇଡେନଙ୍କ ପାଇଁ ଆଇଟିସି ମୋର୍ଯ୍ୟର ୪୦୦ ରୁମ୍‌ ବୁକ, ତାଜରେ ରହିବେ ଜିନପିଙ୍ଗ; ଭିଭିଆଇପି ପାର୍କିଂ ପାଇଁ ଏସବୁ ସହର ପ୍ରସ୍ତୁତ

ଜି୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବ । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଧ୍ୟ ଏବଂ ଦକ୍ଷିଣ ଦିଲ୍ଲୀର ସମସ୍ତ ହୋଟେଲ ବୁକ୍‌ ହୋଇସାରିଛି । ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଦିଲ୍ଲୀର ଆଇଟିସି ମୋର୍ଯ୍ୟା ହୋଟେଲର ୪୦୦ ରୁମ୍‌ ବୁକ୍‌ ହୋଇଥିବା ବେଳେ ତାଜରେ ଜିନପିଙ୍ଗଙ୍କ ପାଇଁ ରୁମ୍‌ ବୁକ ହୋଇଛି ।

ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ ଏବଂ ବ୍ୟାପାର ପ୍ରତିନିଧିମଣ୍ଡଳୀ ଯୋଗ ଦେବେ । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଧ୍ୟ ଏବଂ ଦକ୍ଷିଣ ଦିଲ୍ଲୀର ସମସ୍ତ ହୋଟେଲ ବୁକ୍‌ ହୋଇସାରିଛି । ଜି୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ବିମାନବନ୍ଦରରେ ପାଖାପାଖି ୫୦ରୁ ଅଧିକ ବିଶେଷ ବିମାନ ଅବତରଣ କରିବ ।

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଦିଲ୍ଲୀର ଆଇଟିସି ମୋର୍ଯ୍ୟା ହୋଟେଲର ୪୦୦ ରୁମ୍‌ ବୁକ୍‌ ହୋଇଛି । ହୋଟେଲର ମହଲନୁମା ଗ୍ରାଣ୍ଡ ପ୍ରେସିଡେଣ୍ଟାଲ ସ୍ୱିଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିବେ । ଅନ୍ୟ ରୁମରେ ତାଙ୍କ ସହିତ ଆସିଥିବା ସମସ୍ତ ଅଧିକାରୀ ରହିବେ । ଏଠାରେ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜଜ୍‌ ଡବ୍ଲ୍ୟୁବୁସ୍‌, ବିଲ୍‌ କ୍ଲିଣ୍ଟରନ, ବାରାକ, ଓବାମା ଏବଂ ଅନ୍ୟ ରାଷ୍ଟ୍ରର ରାଷ୍ଟ୍ରପତି ରହିସାରିଛନ୍ତି ।

ରାଷ୍ଟ୍ରପତିଙ୍କ ସୁରକ୍ଷଶ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ହାଇସ୍ପିଡ ଲିଫ୍ଟ, ଡ୍ରଇଂ ରୁମ୍‌, ପାର୍କିଂ ରାସ୍ତା ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏହି ରୁମରେ ରହିବା ପାଇଁ ଗୋଟେ ରାତିକୁ ୧୦ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ।ର୍
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପାଇଁ ତାଜ ବୁକ୍‌ ହୋଇଛି । ଅନ୍ୟ ରୁମରେ ତାଙ୍କ ସହଯୋଗୀ ରହିବେ । ଏହି ହୋଟେଲରେ ଚୀନ ବ୍ୟତୀତ ୟୁଏଇ ଏବଂ ବ୍ରାଜିଲର ଅତିଥି ରହିବେ ।

ଦିଲ୍ଲୀର ହୋଟେଲ କ୍ଲେରିଜସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପାଇଁ ବୁକ୍‌ ହୋଇଛି । ଏହି ହୋଟେଲରେ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ତାଙ୍କ ସହଯୋଗୀ ରହିବେ । ହୋଟେଲ ଇମ୍ପେରିଆଲରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ରହିବେ । ହୋଟେଲ ଶଙ୍ଗରୀ ଲାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ରହିବେ । ଏହି ହୋଟେଲରେ ଜର୍ମାନୀର ଅତିଥି ରହିବେ ।

ତେବେ ଜି୨୦ ଶିଖର ସମ୍ମିଳନୀ ପାଇଁ ହୋଟେଲ ଆଟିସି ମୋର୍ଯ୍ୟ, ତାଜ ପ୍ୟାଲେସ, ତାଜ ମହଲ, ଦ ଓବରୟ, ଦ ଲୋଦି, ଦ ଇମ୍ପେରିଆଲ, ଲି ମେରିଡିୟାନ, ହୟାତ ରେଜେନ୍ସୀ, ଲୀଲା ପ୍ୟାଲେସ ଭଳି ୧୧ଟି ହୋଟେଲ ବୁକ୍‌ ହୋଇଛି । ଏହାଛଡା ବୈଠକରେ ଗୃହ ମନ୍ତ୍ରଣାଳୟ, ଭାରତୀୟ ବାୟୁସେନା, ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ, ନାଗରିକ ଉଡ୍ଡୟନ ସୁରକ୍ଷା ବ୍ୟୁରୋ, ସିଆଇଏସଏଫ, ଆଇବି ଇତ୍ୟାଦି ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.