ମନେ ଅଛି ନା? ଯେବେ ଡିନାମାଇଟ୍‌ ବିସ୍ଫୋରଣରେ ନଷ୍ଟ କରାଯାଇଥିଲା ହେ୍ଵଲ ମାଛର ମୃତଦେହ; ୫୧ ବର୍ଷ ପରେ ପୁଣି ମନେ ପକାଇଲା ଆମେରିକା

ଆମେରିକାରେ ଡିନାମାଇଟ୍‌ ବିସ୍ପୋରଣରେ ବିଶାଳ ହେ୍ଵଲ୍‌ ମାଛକୁ ଧ୍ୱଂସ କରାଯିବା ଘଟଣାକୁ ୫୧ ବର୍ଷ ବିତି ଯାଇଛି। ଏହା କେବଳ ଆମେରିକା ନୁହେଁ, ବରଂ ପୂରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପାଖାପାଖି ୪୫ ଫୁଟ ଲମ୍ବର ଏହି ହେ୍ଵଲ ମାଛର ଓଜନ ଥିଲା ୮ ଟନ ଏବଂ ଏହା କ୍ୟାରୋଲିନାରେ ସାମୁଦ୍ରିକ ତଟରେ ଭାସି ଆସିଥିଲା। ଏହି ହେ୍ଵଲ ମାଛର ମୃତଦେହକୁ ନଷ୍ଟ କରିବା ପାଇଁ ଆମେରିକୀୟ ଅଧିକାରୀମାନଙ୍କୁ ନାନା କସରତ କରିବାକୁ ପଡ଼ିଥିଲା ଏବଂ ଶେଷରେ ସେମାନେ ନୌସେନାର ସାହାଯ୍ୟ ନେଇଥିଲେ।

୧୨ ନଭେମ୍ବର ୧୯୭୦ରେ ଆମେରିକୀୟ ନୌସେନା ୫୦୦ ଟନ ଡିନାମାଇଟ୍‌ ବିସ୍ଫୋରଣ ଦ୍ୱାରା ମୃତ ହେ୍ଵଲ ମାଛକୁ ଉଡ଼ାଇ ଦେଇଥିଲେ। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ହେ୍ଵଲର ମାଂସ ଖଣ୍ଡଗୁଡ଼ିକ ୪୦୦ ମିଟର ଦୂରରେ ଯାଇ ଛିଟିକି ପଡ଼ିଥିଲା। ଏହି ଘଟଣାକୁ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଓରେଗାଁର ଷ୍ଟେଟ୍‌ ହାଇେଓ୍ଵ ଡିପାର୍ଟମେଣ୍ଟ ପ୍ରଥମେ ଏହାକୁ ପୋତି ଦେବାକୁ ଚାହୁଁଥିଲା। କିନ୍ତୁ ଏହାର ଆକାର ବିଶାଳ ଥିବା କାରଣରୁ ତାହା ସମ୍ଭବ ହୋଇପାରି ନ ଥିଲା।

ଏପରି କି, ହେ୍ଵଲର ମୃତଦେହକୁ କାଟିବା ପାଇଁ ମଧ୍ୟ କେହି ରାଜି ହୋଇ ନ ଥିଲେ। ହେ୍ଵଲକୁ ଜଳାଯାଇ ମଧ୍ୟ ପାରି ନ ଥିଲା। ଏହି ଅସୁବିଧା ପରେ ଡିପାର୍ଟମେଣ୍ଟ ନୌସେନା ସହିତ ଯୋଗାଯୋଗ କରିଥିଲା। ଶେଷରେ ନୌସେନା ହେ୍ଵଲକୁ ଡିନାମାଇଟ୍‌ରେ ଉଡ଼ାଇବାକୁ ନିଷ୍ପତ୍ତି ନେଇଥିଲା। ହେ୍ଵଲକୁ ଉଡ଼ାଇବାରେ ୫୦୦ ଟନର ଡିନାମାଇଟ୍‌ ବ୍ୟବହାର କରାଯାଇଥିଲା। ହେ୍ଵଲ ବିସ୍ଫୋରଣ ପରେ ଏହାର ଭିଡିଓକୁ ସାରା ବିଶ୍ୱରେ ଦେଖା ଯାଇଥିଲା। ବିସ୍ଫୋରଣ ସମୟରେ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ହେ୍ଵଲର ମାଂସ ଖଣ୍ଡ ପଡ଼ିଥିଲା।

ଆଶ୍ଚର୍ଯ୍ୟ ହେବେ ଯେ ବିସ୍ପୋରଣ ସ୍ଥଳଠାରୁ ପାଖାପାଖି ୪୦୦ ମିଟର ଦୂରରେ ଥିବା ଏକ କାର୍‌ ଉପରେ ମଧ୍ୟ ହେ୍ଵଲର ଚର୍ବି ପଡ଼ିଥିଲା। ଯଦିଓ ଆଶ୍ୱସ୍ତିକର ଖବର ଏହା ଥିଲା ଯେ ଏହି ଜୋରଦାର ବିସ୍ଫୋରଣରେ ସେଠାରେ ଉପସ୍ଥିତ କୌଣସି ବି ବ୍ୟକ୍ତି ମୃତାହତ ହୋଇ ନ ଥିଲେ। ହେ୍ଵଲ ଶରୀରରୁ ବାହାରିଥିବା ମାଂସ ଖଣ୍ଡରେ ଲୋକଙ୍କ ଶରୀର ପୂରା ଢାଙ୍କି ଯାଇଥିଲା। ଆମେରିକୀୟ ନୌସେନା ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ଘଟଣାର ଭିଡିଓକୁ ଏବେ ପୁଣିଥରେ ଟ୍ଵିଟ୍‌ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.