ଫିଲିପାଇନ୍ସ ବିମାନ ଦୁର୍ଘଟଣାରେ ୪୭ ଜଣଙ୍କ ମୃତ୍ୟୁ, ୪୯ ଆହତ; ତଦନ୍ତ ନିର୍ଦ୍ଦେଶ ଦେଲେ ରକ୍ଷା ସଚିବ, ବିମାନରେ ଯାତ୍ରୀ ଥିଲେ ୯୬ ସେନାକର୍ମୀ

ଫିଲିପାଇନ୍ସରେ ରବିବାର ଘଟିଥିବା ବିମାନ ଦୁର୍ଘଟଣାରେ ମୋଟ ୪୭ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୪୯ଜଣ ଆହତ ହୋଇଛନ୍ତି। ରକ୍ଷା ସଚିବ ଡେଲ୍‌ଫିନ ଲୋରେଁଜାନାଙ୍କ କହିବା ଅନୁସାରେ, ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଉଦ୍ଧାର ଅଭିଯାନ ପୂରା ହେବା ପରେ ଆରମ୍ଭ ହେବ। ଫିଲିପାଇନ୍ସ ସୈନ୍ୟ ପ୍ରମୁଖ ସିରିଲିଟୋ ସୋବେଜାନା ସୋମବାର କହିଛନ୍ତି କି, ଦୁର୍ଘଟଣାର ଶିକାର ହୋଇଥିବା ଏହି ବାୟୁସେନା ବିମାନରେ ମୋଟ ୯୬ଜଣ ସୈନ୍ୟକର୍ମୀ ଯାତ୍ରା କରୁଥିଲେ।

ରାଷ୍ଟ୍ରୀୟ ରକ୍ଷା ବିଭାଗର ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଭୂମି ଉପରେ ଛିଡ଼ା ହୋଇଥିବା ୩ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ଏବଂ ୪ ଜଣ ଆହତ ହୋଇଛନ୍ତି। ସୈନ୍ୟ ପ୍ରବକ୍ତା କର୍ଣ୍ଣଲ ଏଡ୍‌ଗାର୍ଡ ଅରେବାଲୋଙ୍କ କହିବା ହେଲା, ଲକ୍‌ହିଡ ସି-୧୩୦ ପରିବହନ ବିମାନ ଉଗ୍ରବାଦ ବିରୋଧୀ ଅଭିଯାନ ପାଇଁ ସୈନ୍ୟ ଦଳଙ୍କୁ ନେଇ ଯାଉଥିଲା। ଦକ୍ଷିଣ ସୁଲୁ ଅଞ୍ଚଳର ଜୋଲୋ ବିମାନବନ୍ଦର ଛୁଇଁବା ପରେ ବିମାନଟି ରନ୍‌େଓ୍ଵ ଆଗକୁ ଚାଲି ଯାଇଥିଲା।

ତେବେ ସୈନ୍ୟ ବିମାନ ଉପରେ ଆକ୍ରମଣ ନେଇ କୌଣସି ବି ସଙ୍କେତ ମିଳିନାହିଁ। ସୁଲୁ, ରାଜଧାନୀ ମନୀଲାଠାରୁ ପାଖାପାଖି ୯୫୦ କିମି(୬୦୦ ମାଇଲ) ଦକ୍ଷିଣରେ ରହିଛି। ଏହା ଉଗ୍ରବାଦୀ ଅବୁ ସୟଫ ସମୂହର ଗଡ଼, ଯାହାକି ଦସ୍ୟୁ ଏବଂ ସମୁଦ୍ର ଡକାୟତି ପାଇଁ କୁଖ୍ୟାତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.