ଇମ୍ରାନ୍‌ ଖାନ୍‌ଙ୍କ ଆଦର୍ଶରେ ସହକର୍ମୀ ଅମୀର ଲିୟାକତ, ୪୯ ବର୍ଷରେ ୧୮ ବର୍ଷୀୟା ଯୁବତୀଙ୍କୁ କଲେ ତୃତୀୟ ବିବାହ; ବେଡ୍‌ରୁମ୍‌ ଭିଡିଓ ଭାଇରାଲ

ପାକିସ୍ତାନର ସାଂସଦ ଡା.ଅମୀର ଲିୟାକତ ହୁସେନ୍‌ ଏବେ ଚର୍ଚ୍ଚାରେ। ଚର୍ଚ୍ଚାର କାରଣ ହେଉଛି ତାଙ୍କ ବିବାହ। ୪୯ ବର୍ଷୀୟ ଅମୀର ନିକଟରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ବିବାହ କରିଛନ୍ତି। ଯେଉଁ କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି। ଅମୀରଙ୍କର ଏହା ତୃତୀୟ ବିବାହ। ତାଙ୍କ ୧୮ ବର୍ଷୀୟା ପତ୍ନୀଙ୍କ ନାଁ ହେଉଛି ସଇଦା ଦାନିୟା ଶାହ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସଇଦା ଓ ଲିୟାକତଙ୍କର ଏକ ରୋମାଣ୍ଟିକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ୟୁଜର୍ସ କହୁଛନ୍ତି-ସତରେ ଏମାନଙ୍କ ଭିତରେ ପ୍ରେମ ଅଛି।

ଏହି ରୋମାଣ୍ଟିକ୍‌ ଭିଡିଓରେ ଦେଖାଯାଇଛି ଯେ ସଇଦା ସ୍ୱାମୀଙ୍କ ସହ ବେଡ୍‌ରେ ଅଛନ୍ତି। ସେ ଚୁପ୍‌ଚାପ ଏହି ଭିଡିଓ ବନାଇଛନ୍ତି। ଏହି ସମୟରେ ଲିୟାକତ୍‌ ଶୋଇଛନ୍ତି। ଏହି ଭିଡିଓ ବ୍ୟତୀତ ସଇଦା ଅନେକ ଫଟୋ ଓ ଭିଡିଓ ବି ସେୟାର କରିଛନ୍ତି, ଯାହା ଭାଇରାଲ ହେଉଛି।

ଏହି ଭିଡିଓର କ୍ୟାପ୍‌ସନ୍‌ରେ ସଇଦା ଲେଖିଛନ୍ତି-କାଲି ରାତିରେ କାଶୀ ମୋତେ ତାଙ୍କ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି, ଏହା ଏକ ବିଶେଷ ମୁହୂର୍ତ୍ତ ଥିଲା। ମୋ ସ୍ୱାମୀ ପିଲା ବେଳୁ ହିଁ ମୋ ଆଦର୍ଶ ଥିଲେ।

Leave A Reply

Your email address will not be published.