ହରିଦ୍ୱାରରୁ ଅସ୍ଥି ବିସର୍ଜନ କରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୨ରୁ ଅଧିକ ଆହତ

ହରୟାଣାର ରୋବାଡୀ ଜିଲ୍ଲାର ଏନଏଚ-୪୮ରେ ଏକ ବଡ଼ ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଏକ କ୍ରୁଜର ଗାଡ଼ି ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କ୍ରୁଜର ଗାଡ଼ିରେ ବସିଥିବା ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବାବଲର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୨ ଜଣ ମହିଳା ସାମିଲ ରହିଛନ୍ତି।

ଖବର ମୁତାବକ, କ୍ରୁଜ ଗାଡ଼ିରେ ଥିବା ଲୋକେ ଅସ୍ଥି ବିସର୍ଜନ ଲାଗି ହରିଦ୍ୱାର ଯାଇ ଜୟପୁରର ସାମୋଦ ଗାଁକୁ ଫେରୁଥିଲେ । ଏହି ସମୟରେ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି ।

ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଲୋକଙ୍କୁ ଅଲଗା ଅଲଗା ହସପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.