ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତଙ୍କ ନିର୍ଦ୍ଦେଶ: ଦୋଷୀ ଅର୍ଜୁନ ପୃଷ୍ଟିକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ(କେନ୍ୟୁଜ୍‌): ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଅର୍ଜୁନ ପୃଷ୍ଟିକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ଦୋଷୀକୁ ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୭ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

ସେହିପରି ପୀଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ କ୍ଷତିପୂରଣ ଅର୍ଥ ଦିଆଯିବ । ୨୦୧୮ ମସିହା ନଭେମ୍ବରରେ କଟକ ସିଡିଏ ଅଞ୍ଚଳରେ ନାବଳିକା ଛାତ୍ରୀଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଥିଲା । ସେତେବେଳେ ପୀଡ଼ିତା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଅପହରଣକାରୀମାନେ ପୀଡ଼ିତାଙ୍କୁ ପ୍ରଥମେ ଭୁବନେଶ୍ୱର ଓ ପରେ ମୟୂରଭଞ୍ଜ ଗିରିଆ ଅଞ୍ଚଳରେ ନେଇ ରଖିଥିଲେ । ଏହି ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.