ବାପା ସିକ୍ୟୁରିଟି ଗାର୍ଡ ଥିବା ବିଲିଡିଂରେ ୫ ବର୍ଷର ପୁଅକୁ ଝୁଣିମାରିଲେ କୁକୁର

୫ ବର୍ଷର ପିଲାକୁ ତଳେ ପକାଇ ଘୋଷାଡିଲେ ଆଉ କାମୁଡି ଚାଲିଲେ ବୁଲା କୁକୁର । ଶେଷରେ ବାପା ସିକ୍ୟୁରିଟି ଗାର୍ଡ ଥିବା ବିଲିଡିଂର ପାର୍କିଂର ଏକ କୋଣକୁ ନେଇ ମାରିଦେଲେ ।

ବୁଲା କୁକୁର ଦଳ ପିଲାକୁ ତଳେ ପକାଇ କାମୁଡି ଚାଲିଲେ ଆଉ ଘୋଷାଡି ଚାଲିଲେ । ୫ ବର୍ଷର ପିଲାକୁ ଝୁଣିଦେଲେ ବୁଲା କୁକୁର । ୩ଟି ବୁଲା କୁକୁର ଜଣେ ୫ ବର୍ଷର ପିଲାକୁ ଘେରି ଯାଇ ବାରମ୍ବାର କାମୁଡ଼ିବାରୁ ପିଲାଟିର ମୃତ୍ୟୁ ଘଟିଛି। ପିଲାଟିର ବାପା ଯେଉଁ ସ୍ଥାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ, ସେହି କ୍ୟାମ୍ପସ ଭିତରେ ହିଁ ବୁଲା କୁକୁରମାନେ ଏପରି କାଣ୍ଡ ଘଟାଇଛନ୍ତି। ତେଲେଙ୍ଗାନାର ନିଜାମାବାଦରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ମଧ୍ୟ ହୋଇଛି।

ସିସିଟିଭିରେ ଦେଖିବାକୁ ମିଳିଛି ପିଲାଟିକୁ ଆକ୍ରମଣ କରିବା ପରେ ତଳେ ପକାଇ ଦେଇଥିଲେ । ଏହାପରେ ବାରମ୍ବାର କାମୁଡିଥିଲେ । ପିଲାଟି ଲହୁଲୁହାଣ ହୋଇ ଚିତ୍କାର କରୁଥିଲା । ଆଇ ବାପା ପିଲାର ପାଟି ଶୁଣି ପହଞ୍ଚି ହସପିଟାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ପ୍ରାଣ ହରାଇଥିବା ପିଲାର ନାଁ ପ୍ରଦୀପ। ବାପାଙ୍କ ସହ ସେ ଉକ୍ତ କ୍ୟାମ୍ପସକୁ ଆସିଥିଲା। ପାର୍କିଂ ଲଟରେ ପ୍ରଦୀପ ଏକାକୀ ଚାଲିଚାଲି ଯାଉଥିବା ବେଳେ ପଛ ପଟୁ ୩ଟି ବୁଲା କୁକୁର ତା ପାଖକୁ ଦୌଡ଼ି ଆସିଥିଲେ। ସେମାନଙ୍କୁ ଦେଖି ପ୍ରଦୀପ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ଗୋଟିଏ କୁକୁର ତା’ ପିଛା କରି କାମୁଡ଼ି ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ।

ଯେତେଥର ପ୍ରଦୀପ ତଳୁ ଉଠୁଥିଲା,ସେତେଥର କୁକୁରମାନେ ତାକୁ କାମୁଡ଼ି ପୁଣି ତଳେ ପକାଇ ଦେଉଥିଲେ। ଆଉ ଶେଷରେ ତା ଉପରେ ଚଢି ତାକୁ ଝୁଣିଦେଇଥିଲେ । ଝୁଣିବା ପରେ ପାର୍କିଂ ଅଞ୍ଚଳର ଗୋଟିଏ କୋଣକୁ ଭିଡ଼ି ଭିଡ଼ି ନେଇଯାଇଥିଲେ।

ତେବେ ଗତ କିଛିଦିନ ଭିତରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ସୁରତ ମ୍ୟୁନିସପାଲ କର୍ପୋରେସନରେ ଗତ ୧୫ ଦିନ ଭିତରେ କୁକୁର କାମୁଡା ମାମଲା ୪୭୭ ଦାଏର ହୋଇଛି । କେବଳ ପିଲା ନୁହେଁ ବୃଦ୍ଧଙ୍କୁ ମଧ୍ୟ କୁକୁର ଏମିତି ମାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.