ସରକାରୀ ହସ୍ପିଟାଲକୁ ଫର୍ନିଚର କମ୍ପାନୀ ଦାନ କଲା 50,000 ମାସ୍କ, କରୋନା ରୋକିବା ପାଇଁ ଏହା ବିଶ୍ୱର ସବୁଠାରୁ ବଡ ଦାନ

ସ୍ଵିଡେନର ସବୁଠାରୁ ବଡ ଏକ ସରକାରୀ ହସପିଟାଲ( ଗୋଥେନବର୍ଗ ସ୍ଥିତ ସହାଲଗ୍ରେନସ୍କ)କୁ ଏକ ଫର୍ନିଚର କମ୍ପାନୀ 50,000 ମେଡିକାଲ ଫେସ ମାସ୍କ ଦାନ କରିଛି । କରୋନା ପ୍ରକୋପ ସମୟରେ ମିଳିଥିଵା ଏହି ଫେସ ମାସ୍କକୁ ଏ ପର୍ଯ୍ୟନ୍ତର ସବୁଠୁ ବଡ଼ ଦାନ ବୋଲି କୁହାଯାଉଛି । ଏହା ଲୋକଙ୍କର ବଡ ବ୍ୟବହାରରେ ଆସିପାରିବ ।

lm

ଯେଉଁ ସମୟରେ ବାର୍ଡ ଫ୍ଲୁ ବ୍ୟାପିଥିଲା, ସେହି ସମୟରେ କମ୍ପାନୀ ମାସ୍କଗୁଡିକୁ କିଣିଥିଲା ଏବଂ ସେଗୁଡିକୁ ଗୋଦାମରେ ରଖିଦେଇ ଭୁଲିଯାଇଥିଲା । କମ୍ପାନୀର ଏକ ଟିମ ଗୋଦାମରେ କୌଣସି ଏକ ଜିନିଷ ଖୋଜିବା ସମୟରେ ଏହା ଉପରେ ନଜର ପଡିଥିଲା । ଖବର ପଢି କମ୍ପାନୀ ଜାଣିବାକୁ ପାଇଥିଲା ଯେ ହସ୍ପିଟାଲରେ ମାସ୍କର ଅଭାବ ରହିଛି । ଏହାପରେ କମ୍ପାନୀ ମାସ୍କ ଦାନ କରିବାକୁ ନିଷ୍ପତ୍ତି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.