ବିଗୁଡ଼ୁଛି ଆଫଗାନିସ୍ତାନ ସ୍ଥିତି, କାବୁଲ ବିମାନବନ୍ଦର ଦଳା ଚକଟାରେ ୭ ଆଫଗାନ ନାଗରିକଙ୍କ ମୃତ୍ୟୁ

କାବୁଲ : ବିଗୁଡ଼ୁଛି ଆଫଗାନିସ୍ତାନ ସ୍ଥିତି । କାବୁଲ ବିମାନବନ୍ଦରରୁ ଆସିଲା ହୃଦୟବିଦାରକ ଖବର । ବିମାନବନ୍ଦରରେ ଦଳା ଚକଟାରେ ୭ ଆଫଗାନ ନାଗରିକଙ୍କ ହୋଇଛି ମୃତ୍ୟୁ । ବିଦେଶ ପଳାଇବାକୁ ହଜାର ହଜାର ନାଗରିକ ବିମାନବନ୍ଦରରେ ଭିଡ଼ ଜମାଇଥିଲେ । ଏହି ସମୟରେ ତାଲିବାନ ପକ୍ଷରୁ ଫାଙ୍କା ଗୁଳିଚାଳନା ହେବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା ।

ପ୍ରବଳ ଭିଡ଼ ଥିବାରୁ ଗୁଳିଚାଳନା ପରେ ସମସ୍ତେ ଭୟରେ ଦୌଡ଼ିଥିଲେ। ଏଥିରେ ୭ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ। କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା କୁହାଯାଇଛି।

ମୃତ ନାଗରିକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର। ଅଧିକରୁ ଅଧିକ ସଂଖ୍ୟାରେ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଯଥାସମ୍ଭବ ପ୍ରୟାସ କରାଯାଉଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.