ମାନସିକ ଚିନ୍ତାରୁ ମୁକ୍ତି ପାଇଁ ଲଗାନ୍ତୁ ଚନ୍ଦନ ପେଷ୍ଟ, ଜାଣନ୍ତୁ ଏହାକୁ ଲଗାଇବାର ବିଧି

ବ୍ୟସ୍ତ ବହୁଳ ଜୀବନରେ ଲୋକମାନଙ୍କ ଥକାପଣ ଖବର ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି । ଯାହା କାରଣରୁ ଅନେକ ଶାରୀରିକ ସମସ୍ୟା ଦେଖାଯାଉଛି । ଆଜି ଆମେ ଏହାର ନିରାକରଣ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସମ୍ପର୍କରେ କହିବୁ । ଯାହାକୁ ମାନିଲେ ଆପଣଙ୍କ ପ୍ରତିଦିନର ଥକା ପଣରୁ ମୁକ୍ତି ପାଇ ପାରିବେ ।

ଚନ୍ଦନ ଲେପନ କଥା ତ ପ୍ରାୟ ସମସ୍ତେ ଶୁଣିଥିବେ ।ହଁ ଆଜ୍ଞା, ଏହା ଏମିତି ଏକ ଔଷଧିୟ ଜିନିଷ ଯାହାର ବ୍ୟବହାରରେ ଶରୀରରେ ଥକାପଣ ଦୂର ହୁଏ । ଏହାକୁ ଆୟୁର୍ବେଦରେ ବିଶେଷ ଔଷଧି ରୂପେ ପ୍ରୟୋଗ କରାଯାଏ । ଏହା ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ମୁଣ୍ଡ ବିନ୍ଧା ସମସ୍ୟାରୁ ଏହା ଆମକୁ ମୁକ୍ତି ଦିଏ । ପ୍ରାକୃତିକ ଉପାୟରେ ରିଲାକ୍ସ ପାଇବା ପାଇଁ ଚନ୍ଦନ ସବୁଠୁ ବେଷ୍ଟ ହୋଇଥାଏ ।

mental stress
pc: lybrate

– ଏହା ମୁଣ୍ଡ ବିନ୍ଧାରୁ ମୁକ୍ତି ଦିଏ ।

– ଶରୀରରେ ଥକା ପଣକୁ ଦୂର କରିଥାଏ ଚନ୍ଦନ ।

– ଏହାର ଲେପନ ଶରୀରକୁ ଥଣ୍ଡା ରଖିଥାଏ ।

– ମାନସିକ ଅବସାଦରୁ ମୁକ୍ତି ଦେଇଥାଏ ଚନ୍ଦନ ।

ତେବେ ଆପଣ ଏହାର ବ୍ୟବହାର ପାଇଁ ଚନ୍ଦନ ପାଉଡରରେ ପ୍ରଥମେ ପାଣି ମିଶାନ୍ତୁ । ଏଥିରେ କର୍ପୂର ଓ ଗୋଲାପ ଜଳ ମିଶାଇ ଏହାକୁ ମୁଣ୍ଡରେ ଲେପନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.