ରାଜ୍ୟସଭାରୁ ଏକକାଳୀନ ଅବସର ନେବେ ୭୨ ଜଣ ସାଂସଦ, ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଲେ ବିଦାୟକାଳୀନ ବାର୍ତ୍ତା

ରାଜ୍ୟସଭାରୁ ଅବସର ନେବାକୁ ଥିବା ୭୨ ଜଣ ସଦସ୍ୟଙ୍କ ଫେୟାରୱେଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ଆମ ରାଜ୍ୟସଭା ସଦସ୍ୟ ମାନଙ୍କ ନିକଟରେ ଅନେକ ଅଭିଜ୍ଞାତା ରହିଛି ଯାହାକି ପୁସ୍ତକ ଜ୍ଞାନ ଠାରୁ ବି ଅଧିକ ଉପଯୋଗୀ ହୋଇଥାଏ । ସେ ଏହା ମଧ୍ୟ କହିଛନ୍ତିକି ଆମେ ଏହି ସଂସଦରେ ଦୀର୍ଘ ସମୟ ଅତିବାହିତ କରିଛୁ । ଶ୍ରୀ ମୋଦି ଏହା ମଧ୍ୟ କହିଛନ୍ତିକି ଆମେ ଏହି ସଂସଦକୁ ଯେତିକି ଯୋଗଦାନ ଦେଇଛୁ ତାହା ଠାରୁ ଅଧିକ ଯୋଗଦାନ ସଂସଦ ଆମକୁ ଦେଇଛି । ଏହି ସଂସାଦରୁ ମିଳିଥିବା ଜ୍ଞାନ ତଥା ଅଭିଜ୍ଞତାକୁ ଦେଶର ବିଭିନ୍ନ ପ୍ରାନ୍ତରେ ଖେଳେଇବା ଦରକାର । ରିଟାୟାର ହୋଇଥିବା ସଦସ୍ୟ ମାନଙ୍କୁ ଆମେ ନିଶ୍ଚିତ ରୂପେ କହିବୁଯେ, “ପୁଣି ଥରେ ଫେରି ଆସନ୍ତୁ” ।

ଆଜି ସନ୍ଧ୍ୟାରେ ଉପରାଷ୍ଟ୍ରପତି ଏମ ଭେଂକିୟା ନାଇଡୁଙ୍କ ଘରେ ଏକ ଭବ୍ୟ ଫେୟାରୱେଲ ପାର୍ଟି ଆୟୋଜନ କରାଯାଇଛି । ଏହି ପାର୍ଟିରେ ଖାଦ୍ୟ ସହିତ ମ୍ୟୁଜିକର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଉ ଖାସ କଥା ହେଉଛି ଏହି ପାର୍ଟିରେ ସଂଗୀତ ସଂସଦ ତରଫରୁ ହିଁ ବଜାଯିବ । ମିଳିଥିବା ସୂଚନା ଅନୁଯାୟୀ ଉପରାଷ୍ଟ୍ରପତିଙ୍କ ଅବସରେ ସକାଳେ ସମସ୍ତଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବ । ଏହା ପରେ ସନ୍ଧ୍ୟାରେ ଏକ ମିଳନ ସମାରୋହ ଆୟୋଜନ କରାଯିବ । ଆଉ ରାତ୍ରି ଭୋଜନ ସମୟରେ ସଂଗୀତ ମୟ ପାର୍ଟିର ବ୍ୟବସ୍ଥା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ପ୍ରତିଟି ପାର୍ଟିର ସାଂସଦ ମାନେ ଭାଗ ନେବେ । କିଛି ସାଂସଦ ରାଜନୀତିକ କ୍ଷେତ୍ରର ବାହାରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହିପରି ସଂସଦ ଡୋଲା ସେନ ରବୀନ୍ଦ୍ର ସଂଗୀତ ପରିବେଷଣ ଜାରିଥିବା ଜଣାଯାଇଛି ।

କେତେ ଜଣ ସଂସଦ ନେଲେ ବିଦାୟ:

କହିରଖୁଛୁକୁ ୨୪୫ ସଦସ୍ୟ ବିଶିଷ୍ଟ ଗୃହରୁ ଆଜି ପ୍ରାୟ ୭୨ ଜଣ ସଦସ୍ୟ ଆଜି ଅବସର ନେବାକୁ ଯାଉଛନ୍ତି । ଯାହାକୁ ଭାରତ ଇତିହାସରେ ହୁଏତ ପ୍ରଥମ ଘଟଣା ବୋଲି ଉଲ୍ଲେଖ କରାଜାଇରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.