ଡାକ୍ତରଙ୍କ ପୁଅର କାରନାମା; ଗାର୍ଲ୍ସ ହଷ୍ଟେଲ ବାଥରୁମରେ ସ୍ପାଇ କ୍ୟାମେରା ଲଗାଇ ଥିଲା, ଧରାପଡ଼ି ଗିରଫ ହେଲା

ଆଜିର ଦୁନିଆ ଯେତେ ମାତ୍ରାରେ ଅଧିକ ଆଗଉଛି ସେତେ ମାତ୍ରାରେ ବଢୁଛି କ୍ରାଇମ୍। ଏମିତିକି ଅନେକ ସ୍ଥାନରେ ଘଟୁଛି ଅଜବ ଅଜବ ଘଟଣା। ଯେମିତିକି ଅଲ୍ଲାହାବାଦରେ ମଧ୍ୟ ଏକ ଆଚମ୍ବିତ କରିବା ପରି ଘଟଣା ଘଟିଛି। କାଚହେରି ରୋଡ ଠାରେ ଜଣେ ଡାକ୍ତରଙ୍କ ପୁଅ ଆଶିଷ ଖରେ ନିଜ ଘରର କୋଣରେ ଗାର୍ଲ୍ସ ହଷ୍ଟେଲ ତିଆରି କରିଥିଲେ। ଗୁରୁବାର ସକାଳେ ସେଠାରେ ରହୁଥିବା ଜଣେ ଛାତ୍ରୀ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଇବା ସମୟରେ ସାୱାରରୁ ପାଣି ଆସିନଥିଲା। ଏହା ପରେ ସେ ଭାବିଥିଲେ ଯେ ସେହି ସାୱାର ନଳାରେ କିଛି ଅଟକି ଯାଇଛି। ପରେ ସେ ସାୱାର ନଳାକୁ ହଲାଇବା ପରେ ଜାଣିଲେ ଯେ ସେଠାରେ ଗୁପ୍ତ ଭାବେ ଏକ କ୍ୟାମେରା ଲାଗିଛି। ପରେ ଏ ବାବଦରେ ହଷ୍ଟେଲ ରେ ଥିବା ସବୁ ଝିଅଙ୍କୁ ସେ ଜଣାଇଥିଲେ ଓ ଏହା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାହା ପରେ ସେମାନେ ପୁଲିସକୁ ଜଣାଇଥିଲେ।

camera
picture credit- wiki

ଗତ ଗୁରୁବାର ଦିନ ଏହି ଘଟଣା ଘଟିଥିଲା । ଯାହା ପରେ କର୍ଣ୍ଣେଲଗଞ୍ଜ ପୋଲିସ ଷ୍ଟେସନ ପହଞ୍ଚିଥିଲେ ହଷ୍ଟେଲ ବାଳିକାମାନେ। ଯାହା ପରେ ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ସମସ୍ତ କମ୍ପ୍ୟୁଟର, ନଅଟି ହାର୍ଡ ଡିସ୍କ, ଡିଜିଟାଲ୍ ଭିଡିଓ ରେକର୍ଡର୍ ସମେତ ସମସ୍ତ ଅପତିଜନକ ଜିନିଷ ଉଦ୍ଧାର କରାଯାଇଥିଲା। ଖାଲି ସେତିକି ନୁହେଁ ସେ ପ୍ରାୟ ୧୦୦ ଜଣା ଝିଅଙ୍କ ନମ୍ୱର୍ ନିଜର ଏକ ଡାଏରୀରେ ଲେଖିଥିଲେ। ପୁଣି ୧୦୦ ରୁ ଅଧିକ ଝିଅଙ୍କ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ମଧ୍ୟ ଏକ ବାକ୍ସରେ ରଖିଥିଲେ। CO ସମେତ ଅନ୍ୟ ଅଧିକାରୀ ଆଶିଷଙ୍କୁ ଏ ବିଷୟର ପଚରା ଉଚରା କରିଥିଲେ।

 

ଏସପି ସିଟି ଦୀନେଶ ସିଂ କହିଛନ୍ତି ଯେ ସାୱାରରେ କ୍ୟାମେରା ଲଗାଇଥିବା ଟେକ୍ନିସିଆନଙ୍କୁ ମଧ୍ୟ ପୋଲିସ ଖୋଜୁଛି। ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ପୁନରୁଦ୍ଧାର ହୋଇଥିବା କମ୍ପ୍ୟୁଟର, ହାର୍ଡ ଡିସ୍କ ଏବଂ ଅନ୍ୟାନ୍ୟ ଜିନିଷକୁ ସିଲ୍ କରି ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଉଛି। ବ୍ଲାକମେଲିଂ ଏବଂ ଭିଡିଓ ବିକ୍ରିର କୋଣ ଉପରେ ମଧ୍ୟ ଯାଞ୍ଚ କରାଯାଉଛି। ପୋଲିସ୍ ସନ୍ଦେହ କରୁଛି ଯେ ଆଶିଷ ଭିଡ଼ିଓ କରି ହଷ୍ଟେଲ ଝିଅମାନଙ୍କୁ ବ୍ଲାକମେଲ କରୁଛି। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ସେ ଏହି ଭିଡିଓଗୁଡ଼ିକୁ ବ୍ଲାକ୍ ବଜାରରେ ମଧ୍ୟ ବିକ୍ରି କରିପାରନ୍ତି।

ଏପରି ଆଶଙ୍କା ଆଧାରରେ ପୋଲିସ ଆଶିଷ ଖେରଙ୍କୁ ପଚରାଉଚରା କରିଥିଲା। ତାଙ୍କ ମୋବାଇଲ୍ ମଧ୍ୟ ଯାଞ୍ଚ କରାଯାଇଥିଲା। ଆଶିଷ ଏହି ଅପରାଧକୁ ସ୍ୱୀକାର କରି କହିଥିଲେ ଯେ ସେ ସାୱାରରେ କ୍ୟାମେରା ଲଗାଇଛନ୍ତି କିନ୍ତୁ ସେ ଭିଡିଓକୁ କୌଣସି ସ୍ଥାନରେ ବିକ୍ରି କରିନାହାଁନ୍ତି। କିମ୍ବା ସେ କୌଣସି ଝିଅକୁ ବ୍ଲାକମେଲ କରିନାହାଁନ୍ତି। ସେ ନିଜେ ଏହି ସବୁ ଭିଡିଓ ଦେଖୁଥିଲେ। ପୋଲିସ ଝିଅମାନଙ୍କ ସହ ମଧ୍ୟ କଥା ହୋଇଥିଲା। ଭୟଭୀତ ଥିବା ଝିଅମାନେ କହିଥିଲେ ଯେ ଆଶିଷ ଜଣେ ଡାକ୍ତରଙ୍କ ପୁଅ ହୋଇ ଏପରି ଖରାପ କାର୍ଯ୍ୟ କରିପାରନ୍ତି ବୋଲି ସେମାନେ କଳ୍ପନା ମଧ୍ୟ କରିନାହାଁନ୍ତି।

ଝିଅମାନେ ବ୍ଲାକମେଲିଂ କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି। CO ଅଜିତ ସିଂ ଚୌହାନ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଆଶଙ୍କା ହୋଇଛି ତାହା ଜଣାପଡିନାହିଁ। କିନ୍ତୁ ଫୋରେନସିକ୍ ରିପୋର୍ଟ ଆସିବା ପରେ ସବୁକିଛି ଫାଇନାଲ ହେବ। ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତ ନିଜର ବନ୍ଧୁମାନଙ୍କୁ କିମ୍ବା ଅନ୍ୟ କାହାକୁ ଏହି ଭିଡିଓ ଦେଇଛି କି ନାହିଁ ତାହା ମଧ୍ୟ ଜଣା ପଡ଼ିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସତର୍କ ହେବା ଦରକାର। କାରଣ ଆଜିର ଯୁଗରେ ଏମିତି ଟେକ୍ନୋଲଜି ଆସୁଛି ଯାହା ଦ୍ଵାରା କରାଯାଉଛି ଏପରି ଭୁଲ୍ କାମ।