ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ସାମ୍ୱାଦିକ

ନୂଆଦିଲ୍ଲୀ: ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ୱାଦିକ। କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ୩୭ ବର୍ଷୀୟ ସାମ୍ୱାଦିକ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଅପରାହ୍ନ ୨ଟାରେ ଏହି ଅଘଟଣ ଘଟିଥିବାବେଳେ ଅପରାହ୍ନ ୩ଟା ୩୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବ୍ଯକ୍ତି ଜଣଙ୍କ ଛାତରୁ ଡେଇଁବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୂଚନା ମୁତାବକ, ଜୁନ୍ ୨୪ରେ ପ୍ରଥମେ ସାମ୍ୱାଦିକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା। ଏହାପରେ ସେ ଏମ୍ସର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ କହିବା ମୁତାବକ,  ମୃତକ ଜଣଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ ଲାଭ କରୁଥିବାବେଳେ  ତାଙ୍କୁ ଶୀଘ୍ର ଜେନେରାଲ ଓ୍ୱାର୍ଡକୁ  ସ୍ଥାନାନ୍ତର କରାଯାଇଥାନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.