୧ ଘଣ୍ଟାର ସେକ୍ସ ମାରାଥନ୍‌ ସାଜିଲା କାଳ! ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କ ପ୍ରାଣବାୟୁ ଉଡ଼ିଲା

ଏକ ଘଣ୍ଟାର ‘ସେକ୍ସ ମାରାଥନ୍‌’ ସମୟରେ ୪୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖବରରୁ ଜଣାପଡ଼ିଛି, ବ୍ୟକ୍ତିଙ୍କ ପ୍ରେମିକା ତାଙ୍କୁ ନିଜ ଘରକୁ ଡାକିଥିଲା। ଡିନର ପରେ ବ୍ୟକ୍ତି ଜଣକ ପ୍ରେମିକାଙ୍କ ସହ ପ୍ରେମଭରା ମୁହୂର୍ତ୍ତ ଉପଭୋଗ କରୁଥିଲେ। ହେଲେ ସେକ୍ସ ସମୟରେ ହିଁ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ସେ ବେହୋସ୍‌ ହୋଇ ପଡ଼ିଥିଲେ। ବ୍ୟକ୍ତିଙ୍କ ନାମ ଡଗଲସ୍‌ ଫଣ୍ଡି ମୁଥୁରୀ ବୋଲି ଜଣାପଡ଼ିଛି।

ଘଟଣା ଘଟିଛି କେନିଆ ରାଜଧାନୀ ନୌରୋବିରେ। ବ୍ୟକ୍ତି ବେହୋସ୍‌ ହୋଇ ଯାଇଥିବାର ଖବର ପାଇ ଯେତେବେଳେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ, ତ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ମୃତ୍ୟୁ ପରେ ଡଗଲସ୍‌ଙ୍କ ପକେଟ୍‌ରୁ ଉଚ୍ଚ ରକ୍ତଚାପ ଔଷଧ ଏବଂ ଭିଆଗ୍ରା ମିଳିଥିଲା।

ରିପୋର୍ଟ ମୁତାବକ, ପ୍ରେମିକା ନିକେରା ବାଙ୍ଗେଚି ଡଗଲସ୍‌ଙ୍କୁ ନିଜ ଘରକୁ ଡାକିଥିଲେ। ଉଭୟଙ୍କର ନିର୍ବନ୍ଧ ସରିଥିଲା। ଘଟଣା ପରେ ଏମରଜେନ୍ସି ସର୍ଭିସ୍‌ ଟିମ୍‌ ଯେତେବେଳେ ସେଠାରେ ପହଞ୍ଚିଥିଲା, ତ ଡଗଲସ୍‌ ସୋଫା ଉପରେ ମୃତ ଅବସ୍ଥାରେ ପଡ଼ିଥିଲେ। ଏହାପରେ ତାଙ୍କ ପକେଟ୍‌ ଯାଞ୍ଚ କରାଯାଇଥିଲା, ତ ଅଧିକାରୀମାନେ ଏକ ଲଫାପା ପାଇଥିଲେ। ସେଥିରେ ଦୁଇଟି ଔଷଧ ରହିଥିଲା।

ପୋଲିସର କହିବା ଅନୁସାରେ, ମୃତ ଶରୀରରେ କୌଣସି ଆଘାତ ଜନିତ ଚିହ୍ନ ନ ଥିଲା। ମୃତଦେହକୁ ବ୍ୟବେଚ୍ଛଦ ପାଇଁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.