ଆମ୍ବୁଲାନ୍ସ ଭିତରେ ଚିକିତ୍ସା କରୁଥିଲେ ନର୍ସ, ରୋଗୀ କଲେ ଯୌନ ଶୋଷଣ!

ରୋଗୀଙ୍କୁ ଆମ୍ବୁଲାନ୍ସରେ ବସାଇ ଚିକିତ୍ସା କରୁଥିବା ବେଳେ ଜଣେ ନର୍ସ ଯୌନ ଶୋଷଣର ଶିକାର ହୋଇଛନ୍ତି। ରୋଗୀ ଜଣକ ତାଙ୍କୁ ଆମ୍ବୁଲାନ୍ସ ଭିତରେ ଦୁଷ୍କର୍ମ କରିଛନ୍ତି। ଘଟଣା ଘଟିଛି ଲଣ୍ଡନରେ। ୨୫ ବର୍ଷୀୟା ଏହି ନର୍ସ କହିଛନ୍ତି, ମାରପିଟରେ ଆହତ ହୋଇଥିବା ଜଣେ ଯୁବକଙ୍କୁ ସେ ଆମ୍ବୁଲାନ୍ସରେ ଚିକିତ୍ସା କରୁଥିଲେ। ଏହି ସମୟରେ ଯୁବକ ତାଙ୍କ ସହ ଆପତ୍ତିଜନକ ହରକତ କରିଥିଲେ। ନର୍ସ କହିଥିଲେ, ଆହତ ଯୁବକ ନାଁ ସବେହ ଶାଲମେର। ତାଙ୍କ ମୁହଁରେ ଶକ୍ତ ଆଘାତ ଲାଗିଥିଲା। ସେ ତାଙ୍କ ଉପଚାର କରୁଥିଲେ। କିନ୍ତୁ ଠିକ୍‌ ଏହି ସମୟରେ ଯୁବକ ଜଣକ ଆକ୍ଟିଭ୍‌ ହୋଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏହାସହ ପଢ଼ନ୍ତୁ: ରକ୍ତରେ ଲାଲ ହେଲା ନଦୀ, ଜାଣନ୍ତୁ ପୁରା ଘଟଣା

nur6

ଏହି ଘଟଣା ଗତ ଜୁନ୍‌ ମାସରେ ଘଟିଥିଲା। କିନ୍ତୁ ନର୍ସ ଏବେ ଏହାକୁ ସାର୍ବଜନୀନ କରିଛନ୍ତି। ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି ଏବଂ ତାଙ୍କ ଊପରେ ଜରିମାନା ଲଗାଇଛି। ୫ ବର୍ଷ ଲାଗି ତାଙ୍କ ନାଁ ‘ସେକ୍ସ ଅଫେଣ୍ଡର ରେଜିଷ୍ଟାର’ରେ ଦିଆଯାଇଛି।

ଏହାସହ ପଢ଼ନ୍ତୁ: ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିବାରେ ଏହି ସହର ରହିଛି ସବୁଠାରୁ ଆଗରେ, ସର୍ଭେରେ ହେଲା ଖୁଲାସା

ଅଭିଯୁକ୍ତଙ୍କ ଗିରଫ ପରେ ନର୍ସ କହିଛନ୍ତି, ପ୍ରାୟତଃ ଅନେକ ସମୟରେ ମେଡିକାଲ ଷ୍ଟାଫ୍‌ମାନଙ୍କୁ ଯୌନ ଶୋଷଣର ଶିକାର ହେବାକୁ ପଡ଼ୁଛି। ନାଇଟ୍‌ ଶିଫ୍ଟରେ ଏଭଳି ଘଟଣା ଅଧିକ ଘଟୁଛି। ଏ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସେ ନିଜ ସହ ଏହି ଘଟଣାକୁ ସାର୍ବଜନୀନ କରିଛନ୍ତି। ତେବେ ଏକ ରିପୋର୍ଟ ମୁତାବକ, ୨୦୧୩ରୁ ୨୦୧୮ ମଧ୍ୟରେ ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ସହ ଶାରୀରିକ ହିଂସାଜନିତ ଘଟଣା ପାଖାପାଖି ୧୪,୪୪୧ଟି ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.