ଚିନ୍ତା ବଢାଇଲାଣି ଚାଇନିଜ ଭାଇରାଲ ନିମୋନିଆ, ଛୋଟ ପିଲାଙ୍କୁ କରୁଛି ସଂକ୍ରମିତ

ଚାଇନିଜ ଭାଇରାଲ ନିମୋନିଆ ବା H9N2 ବିଶେଷ ଭାବେ ଛୋଟ ପିଲାଙ୍କୁ ସଂକ୍ରମିତ କରୁଛି। ଏହି ରୋଗରେ ସଂକ୍ରମିତ ହୋଇ ଚାଇନାର ଅନେକ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନିମୋନିଆ ସହ ଚୀନରେ ବଢିଛି ଶ୍ୱାସଜନିତ ରୋଗ ।

କେନ୍ୟୁଜ(ବ୍ୟୁରୋ) : ଚିନ୍ତା ବଢାଇଲାଣି ଚାଇନିଜ ଭାଇରାଲ ନିମୋନିଆ ବା H9N2। ଏହି ଭାଇରାଲ ନିମୋନିଆ ବିଶେଷ ଭାବେ ଛୋଟ ପିଲାଙ୍କୁ ସଂକ୍ରମିତ କରୁଛି। ଏହି ରୋଗରେ ସଂକ୍ରମିତ ହୋଇ ଚାଇନାର ଅନେକ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନିମୋନିଆ ସହ ଚୀନରେ ବଢିଛି ଶ୍ୱାସଜନିତ ରୋଗ । ଶୀତ ଓ ବସନ୍ତ ଋତୁରେ ଏହା ଶିଶୁମାନଙ୍କୁ ଭୟଙ୍କର ଭାବେ ଆକ୍ରାନ୍ତ କରିପାରେ ବୋଲି ବେଜିଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି ।

ଭାରତ ଚୀନର ପଡୋଶୀ ହୋଇଥିବାରୁ ଏହା ଭାରତକୁ ଆସିବାର ସମ୍ଭାବନା ବହୁତ ରହିଛି। ଏନେଇ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । ଜନସ୍ବାସ୍ଥ୍ୟ ଓ ଡାକ୍ତରଖାନାରେ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ଆବଶ୍ୟକ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।

କୋଭିଡ -୧୯ ସମୟରେ ଯେଭଳି ପଦକ୍ଷେପ ନିଆଯାଇଥିଲା ସେଭଳି ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଛି । ଚାଇନିଜ ଭାଇରାଲ ନିମୋନିଆ ବା H9N2 ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ କହୁଥିବା ବେଳେ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.