ବିଧାନସଭା ନିର୍ବାଚନ ପାଇଁ ତେଲଙ୍ଗାନାରେ ଆରମ୍ଭ ଭୋଟିଂ: ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଶେଷ ଚରଣରେ ତେଲଙ୍ଗାନାରେ ଆରମ୍ଭ ହୋଇଛି ଭୋଟିଂ । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଜମିଛି । ୧୧୯ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୨ ହଜାର ୨୯୦ ପ୍ରତିଯୋଗୀ।

ତେଲଙ୍ଗାନା: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଶେଷ ଚରଣରେ ତେଲଙ୍ଗାନାରେ ଆରମ୍ଭ ହୋଇଛି ଭୋଟିଂ । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଜମିଛି । ୧୧୯ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୨ ହଜାର ୨୯୦ ପ୍ରତିଯୋଗୀ। ପ୍ରାର୍ଥୀ ବାଛିବେ ୩ କୋଟିରୁ ଅଧିକ ମତଦାତା। ଯାହା ମଧ୍ୟରେ ସାମିଲ ଅଛନ୍ତି, ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସମେତ ଅନେକ ଲୋକସଭା ସାଂସଦ। ଏଠାରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ଶାସକ BRSକୁ ଏଥର ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଛି ।

ସୁରକ୍ଷା ଦୃଷ୍ଟିରୁ ସମସ୍ତ ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ମାଓ ପ୍ରଭାବିତ ୧୩ଟି ଆସନରେ ମତଦାନ ଶୀଘ୍ର ଶେଷ ହେବ ଏବଂ ସେଠାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ରାଜ୍ୟର ୧୦୬ଟି ବିଧାନସଭା ଆସନରେ ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ ଅନୁଷ୍ଠିତ ହେବ। କିନ୍ତୁ ମାଓବାଦୀଙ୍କ ପ୍ରଭାବିତ ୧୩ଟି ଆସନରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.