ଟିଆରଏସ୍ କର୍ମୀଙ୍କ ଦାଦାଗିରି, ମହିଳା ବନ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ

ତେଲେଙ୍ଗାନାରେ ଟିଆରଏସ୍ କର୍ମୀଙ୍କ ଦାଦାଗିରି । ଆଉ ଏହି ଦାଦାଗିରିର ଶିକାର ହୋଇଛନ୍ତି ପୋଲିସ୍ ଏବଂ ଫରେଷ୍ଟ ଗାର୍ଡ । ଏପରିକି ବନ ବିଭାଗର ମହିଳା ଅଧିକାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି ଟିଆରଏସ୍ କର୍ମୀ । ଏଥିରେ ମହିଳା ଜଣକ ଗମ୍ଭୀର ରୂପରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଆଉ ଯାହାକୁ ଦେଖିଲେ କୌଣସି ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇଯିବ ।

ସୂଚନାଯୋଗ୍ୟ, ତେଲଙ୍ଗାନାର କୋମାରାମ ଭୀମ ଆସିଫାବାଦ ଜିଲ୍ଲାର ସିରପୁର କାଗାଜନଗର ବ୍ଲକରେ ବନ ବିଭାଗର ଅଧିକାରୀ ମାନେ ବନୀକରଣ ପାଇଁ ଯାଇଥିଲେ । ଯାହାକୁ ବିରୋଧ କରିଥିଲେ ଟିଆରଏସର କର୍ମୀମାନେ। ଆଉ ପୋଲିସ୍ ଏବଂ ବନବିଭାଗର ଅଧିକାରୀଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ । ଆଉ ଏଥିରୁ ବର୍ତ୍ତିନଥିଲେ ବନ ବିଭାଗର ମହିଳା ଅଧିକାରୀ ଅନିତା । ଅନିତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ଟିଆରଏସ୍ କର୍ମୀ। ଏପରି କି ନିଜର ଜୀବନ ବଞ୍ଚାଇବା ପାଇଁ ମହିଳା ଅଧିକାରୀ ଜଣଙ୍କ ଟ୍ରାକ୍ଟର ଉପରକୁ ଚଢିଥିଲେ, ତଥାପି ଉତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ । ଗୁରୁତର ଅନିତାଙ୍କୁ ପୋଲିସ ଉଦ୍ଧାର କରିଥିଲା । ଏହା ସହ କର୍ମୀମାନେ ଟ୍ରାକ୍ଟରକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.