ପ୍ରତିମାସରେ ମିଳିବ ୧୨୫୦୦ ଟଙ୍କାର ସ୍କଲାରସିପ୍, ଶିକ୍ଷାର୍ଥୀଙ୍କ ପାଇଁ ମୋଦି ସରକାରଙ୍କ ଦମଦାର ସ୍କିମ୍

କଣ ଆପଣ ଜଣେ ପ୍ରତିଭାବାନ୍ ବିଦ୍ୟାର୍ଥୀ ? ହେଲେ ଅର୍ଥ ସାଜୁଛି ବାଧକ । ତେବେ ଚିନ୍ତା କରନ୍ତୁ ନାହିଁ । ଆଉ ଅଧାରେ ଅଟକିବନି ଆପଣଙ୍କ ପାଠ ପଢା । ଏଭଳି ପ୍ରତିଭାବାନ୍ ବିଦ୍ୟାର୍ଥୀଙ୍କୁ ଆଗକୁ ନେବା ପାଇଁ ସ୍କଲାରସିପ୍ ଦେଉଛି ମୋଦି ସରକାର । ଏହି ସ୍କିମ୍ ମାଧ୍ୟମରେ ପୋଷ୍ଟ ଗ୍ରାଜୁଏସନ କରିଥିବା ଶିକ୍ଷାର୍ଥୀଙ୍କୁ ପ୍ରତିମାସରେ ୧୨୫୦୦ ଟଙ୍କାର ସ୍କଲାରସିପ୍ ଦେବ ସରକାର ।

ତେବେ ଏହି ସ୍କଲାରସିପ୍ ପାଇବାକୁ ହେଲେ ଶିକ୍ଷାର୍ଥୀଙ୍କୁ GATE କିମ୍ବା GPAT କ୍ବାଲିଫାୟ କରିବାକୁ ପଡିବ । ତେବେ GATE/GPAT କ୍ବାଲିଫାଏଡ୍ ଏମିତି ଷ୍ଟୁଡେଣ୍ଟ ଯିଏ AICTE ରୁ ମାନ୍ୟତା ପ୍ରାପ୍ତ ଟେକ୍ନିକାଲ୍ ଇନଷ୍ଟିଚ୍ୟୁଟରେ ମାଷ୍ଟର ଡିଗ୍ରୀ ମାଷ୍ଟରଡିଗ୍ରୀ ହାସଲ କରିଥିବେ ସେହିମାନେ ଆବେଦନ କରିପାରିବେ । M. Tech, M.E., M.Arch କିମ୍ବା M.Pharma ରେ ଆଡମିଶନ ନେଉଥିବା ଷ୍ଟୁଡେଣ୍ଟ ପ୍ରତିମାସରେ ଏହି ସ୍କଲାରସିପ୍ ପାଇପାରିବେ ।

ଏହା ସହ ପଢନ୍ତୁ BARC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡ଼ିବ ନାହିଁ ଆବେଦନ ଶୁଳ୍କ

ଏବେ ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ସ୍କଲାରସିପ୍ ଏବଂ କେଉଁମାନଙ୍କୁ ମିଳିବନି :

ଅକ୍ଟୋବର ମାସ ମଧ୍ୟରେ ଏହି ଅନଲାଇନ୍ ଆବେଦନ କରିପାରିବେ । ଯେଉଁମାନେ GATE/GPAT ରେ ସ୍କୋର ସହ ଆଡମିଶନ୍ ନେଇଥିବେ ସେମାନେ ହିଁ ଏହି ସ୍କିମର ଫାଇଦା ଉଠାଇପାରିବେ । ତେବେ GATE/GPAT କ୍ବାଲିଫାଏ କରିବା ପରେ ଶିକ୍ଷାର୍ଥୀ ଏହି ସ୍କଲାରସିପର ଫାଇଦା ଉଠାଇପାରିବେ ନାହିଁ ।

ଏହା ସହ ସ୍କଲାରସିପ୍ ପାଇଥିବା ଷ୍ଟୁଡେଣ୍ଟ ପାଠ ପଢା ସମୟରେ ଅନ୍ୟ କୌଣସି ପ୍ରକାର ଆର୍ଥିକ ସହାୟତା, ସ୍କଲାରସିପ୍ , କୌଣସି ପ୍ରକାର ବେତନ କିମ୍ବା ଭତ୍ତା ନେଇ ପାରିବେନି।

ବିଦେଶରୀ ଛାତ୍ର କିମ୍ବା ମ୍ୟାନେଜମେଂଟ୍ କୋଟାରୁ ଆଡମିଶନ ପାଇଥିବା ଛାତ୍ରଙ୍କୁ ମିଳିବନି ଏହି ସ୍କଲାରସିପ୍ ।
ସ୍କଲାରସିପ୍ ପାଇଥିବା ଶିକ୍ଷାର୍ଥୀଙ୍କୁ ଅତିକମରେ ୮ ରୁ ୧୦ ଘଂଟା ଟିଚିଙ୍ଗ୍ ସହ ସମ୍ବନ୍ଧିତ କାମ ବା ରିସର୍ଚ୍ଚ କରିବାକୁ ପଡିବ । ଆଉ ଏହି କାମ ତାଙ୍କୁ ଇନଷ୍ଟିଚ୍ୟୁଟ ହିଁ ଦେବ ।

୧୨୫୦୦ ଟଙ୍କା ସ୍କଲାରସିପ୍ ତ ମିଳିବ । ହେଲେ ସେଥିପାଇଁ ଇନଷ୍ଟିଚ୍ୟୁଟରେ ପଢା ସମୟରେ ପରଫର୍ମ୍ ମଧ୍ୟ ଆକଳନ କରାଯିବ । ସନ୍ତୋଷଜନକ ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀଙ୍କୁ ହିଁ ମିଳିବ ସ୍କଲାରସିପ୍ ।

କେମିତି କ୍ୟାନ୍ସଲ୍ ହୋଇଯିବ ସ୍କଲାରସିପ୍ :

– ଅନୁଶାସନହୀନତା କିମ୍ବା ଖରାପ ବ୍ୟବହାରର ଅଭିଯୋଗ ଆସିଲେ ରଦ୍ଦ ହୋଇପାରେ ସ୍କଲାରସିପ୍ ।

– ସ୍କଲାରସିପ୍ ହାସଲ କରିଥିବା ଛାତ୍ର ବର୍ଷକୁ ୧୫ଟି କାଜୁଆଲ୍ ଲିଭ୍, ଅତିବେଶୀରେ ୩୦ ଦିନର ମେଡିକାଲ୍ ଲିଭ୍ ଏବଂ ସରକାରୀ ନିର୍ଦ୍ଦେଶ ମୂତାବକ ମାଟରନିଟି ଲିଭ୍ ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.