ପୋଖରୀ ତଳୁ ଉଦ୍ଧାର ହେଲା  ୩୪୦୦ ବର୍ଷ ତଳର ରାଜମହଲ, ଜାଣନ୍ତୁ କେଉଁଠି

ବେଳେ ବେଳେ ଆମ ଅଜାଣତରେ ଏମିତି କିଛି ବସ୍ତୁ ମିଳିଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଉ ଏହି ମିଳିଥିବା ବସ୍ତୁ ଯଦି ପୁରାତନ ହୋଇଥାଏ  ତେବେ ତ ତାହା ବିଷୟରେ ଜଣିବାର କୌତୁହଳ ବଢିଯାଏ। ଏମିତି କିଛି ଘଟଣା ଘଟିଛି ଇରାକର କୁର୍ଦିସ୍ତାନ ଅଞ୍ଚଳରେ ଯେଉଁଠି ଏକ ପୋଖରୀ ଶୁଖିବା ପରେ ଏକ ରାଜମହଲର ଆବିସ୍କାର ହୋଇଛି। ଯାହାକୁ ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ ଏହି ରାଜ ମହଲଟି ଦିର୍ଘ ୩୪୦୦ ବର୍ଷ ପୁରୁଣା ରାଜମହଲ ବୋଲି ଜଣା ପଡିଛି।

ଏହି ପୋଖରୀଟି ଟିଗରୀସ ନଦୀ ତଟରେ ଥିବା ମେସୁଲ ବନ୍ଧରେ ପାଣି କମ ହେବା ପରେ ସାମ୍ନାକୁ ଆସିଥିଲା। ଏହି ରାଜମହଲ ଖୋଜ କରି ଆବିସ୍କାର କରିଥିବାର ସମସ୍ତ ଶ୍ରେୟ କୁର୍ଦୀଶ-ଜର୍ମାନର ଅନୁସନ୍ଧାନକାରୀଙ୍କୁ ମିଳିଛି। ପଶ୍ନତତ୍ତ୍ବବିତଙ୍କୁ ଏହି ଜାଗା ବିଷୟରେ ୨୦୧୦ରେ ଜଣାଥିଲା,କିନ୍ତୁ ସେହି ସମୟରେ ପୋଖରୀରେ ପାଣି କମ ଥିବାରୁ ଖୋଳିବା କାମ ହୋଇପାରିନଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ରାଜମହଲ ସେହି ସମୟର ଯେଉଁ ସମୟରେ ମିନ୍ତାନି ସାମ୍ରଜ୍ୟର ରାଜା ଏହି ଅଞ୍ଚଳରେ ଶାସନ କରୁଥିଲେ। ପ୍ରଶ୍ନତତ୍ତ୍ବବିତ୍ ଇବାନା ପୁଲୀସ୍ତ କହିଛନ୍ତି ମହଲର ପାଚେରୀକୁ ବହୁତ ସାବଧାନ ସହ ଡିଜାଇନ କରାଯାଇଛି। ଯେଉଁଥିରେ ଦୁଇ ଦୁଇ ମିଟରର ମୋଟା ମୋଟା କାନ୍ଥ ରହିଛି।

 

କଛି କାନ୍ଥ ଏହା ଠାରୁ ମଧ୍ୟ ମୋଟା ରହିଛି। ଅଲଗା ଅଲଗା କୋଠରୀର ପ୍ଲାଷ୍ଟର କରାଯାଇଥିବା କାନ୍ଥ ମଧ୍ୟ ଅଛି। ଖେଳିବା ସମୟରେ ମହଲରୁ ଲାଲ ଓ ନୀଳ ରଙ୍ଗର ପେଣ୍ଟିଙ୍ଗ ମିଳିଛି।  କୁହାଯାଉଛି ଯେ ପ୍ରଚୀନ କାଳରେ ଏହି ପେଣ୍ଟିଙ୍ଗ ମହଲର ବିଶେଷତ୍ବ ଥିଲା।

ଏହି ମହଲର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣା ପଡିଛି ଏହା ୬୫ ଫୁଟ (୨୨ ମିଟର) ଉଚ୍ଚା ରହିଛି।  ୩୪୦୦ ବର୍ଷ ପୁରୁଣା ଏହି ମହଲରୁ ୧୦ ଏମିତି ଛୋଟ ଛୋଟ ପଥର ମିଳିଛି ଯେଉଁଥିରେ କିଛି ଲେଖା ହୋଇଥିବାର ଦେଖିବାକୁ ମିଳିଛି। ଏହି ପଥରକୁ କ୍ୟୁନିଫାର୍ମ ଟାବଲେଟ କୁହାଯାଏ। ବାସ୍ତବାରେ କ୍ୟୁନିଫର୍ମ ଲେଖିବାର ଏକ ପ୍ରଚୀନ ଶୈଳୀ ଥିଲା। ଏହି ପଥରରେ କଣ ଲେଖାଯାଇଛି ତାହାର ଅନୁବାଦ କରିବା ପାଇଁ ଜର୍ମାନ ପଠାଯାଇଛି।

ପ୍ରଶ୍ନତତ୍ତ୍ବବିତଙ୍କ କହିବା କଥା ହେଲା ମିନ୍ତାନି ସାମ୍ରାଜ୍ୟ ବିଷୟରେ ବହୁତ କମ ଅନୁସନ୍ଧାନ ହୋଇଛି,କିନ୍ତୁ ଏହି ମହଲର ଅନୁସନ୍ଧାନ ପରେ ଏହି ସାମ୍ରାଜ୍ୟ ବିଷୟରେ ଅଧିକ କିଛି ତଥ୍ୟ ସାମ୍ନାକୁ ଆସିବ। ବର୍ତ୍ତମାନ ମହଲର ଖୋଳିବା କାମ ଚାଲୁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.