ଛତିଶଗଡ଼ ବିଜାପୁର ଘଟଣାରେ ମାଓ ସଙ୍ଗଠନ ପକ୍ଷରୁ ଜାରି ହେଲା ପ୍ରେସ ରିଲିଜ୍‌

କେନ୍ଯୁଜ୍: ଛତିଶଗଡ଼ ବିଜାପୁର ଘଟଣାରେ ମାଓ ସଙ୍ଗଠନ ପକ୍ଷରୁ ଜାରି ହେଲା ପ୍ରେସ ରିଲିଜ୍‌। ମାଓ ସଙ୍ଗଠନର କେନ୍ଦ୍ରୀୟ ପ୍ରବକ୍ତା ଅଭୟ ପ୍ରଥମ ଥର ପ୍ରେସ ରିଲିଜ୍‌ ଜାରି କରିଛନ୍ତି। ବିଜାପୁର ଘଟଣାରେ ମାଓବାଦୀଙ୍କୁ କଡା ଜବାବ ଦିଆଯିବ ବୋଲି ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ।

ପ୍ରେସ ରିଲିଜ୍‌ ମାଧ୍ୟମରେ ଏହାର ପ୍ରତି ଉତ୍ତର ରଖିଛନ୍ତି ମାଓବାଦୀ । ମାଓନେତା ଅଭୟ କହିଛନ୍ତି ଗତ ୪ ମାସ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପୋଲିସ ଏନକାଉଣ୍ଟରରେ ୨୮ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହାର କଡା ଜବାବ ଦେଇଛି ମାଓ ସଙ୍ଗଠନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.