ଦୁଇ ମୁହଁ ଓ ଚାରିଟି ଆଖି କିନ୍ତୁ ଦୁଇ କାନ, ଜନ୍ମ ନେଲା ଅଦ୍ଭୁତ ବାଛୁରୀ

ଦୁନିଆରେ ଅନେକ ପ୍ରକାର ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ। କିଛି ଏମିତି ଏକ ଜିନିଷ ଉତ୍ତର ପ୍ରଦେଶର ଚନ୍ଦୋଲିରେ ଦେଖିବାକୁ ମିଳିଛି। ଏଠାରେ ଏକ ଦୁଇ ମୁଣ୍ଡିଆ ବାଛୁରୀ ଜନ୍ମ ନେଇଛି। ଏହି ବାଛୁରୀର ଦୁଇଟି ମୁଣ୍ଡ ଓ ଦୁଇଟି କାନ, ୪ଟି ଆଖି ରହିଛି। ତେବେ ବାଛୁରୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି। ଚନ୍ଦୌଲିର ବରହୁଲି ଗାଁର ଅରବିନ୍ଦ ଯାଦବଙ୍କ ଘରେ ଏହି ଆଶ୍ଚର୍ଯ୍ୟଜନକ ବାଛୁରୀ ଜନ୍ମ ନେଇଛି। ଏହି ବାଛୁରୀକୁ ଦେଖିବା ପାଇଁ ଲୋକଙ୍କ ଭିଡ ସୃଷ୍ଟି ହେଉଛି।

ରବିବାର ଦିନ ସକାଳେ ଏହି ବାଛୁରୀଟି ଜନ୍ମ ହୋଇଥିଲା। ଦୁଇ ମୁଣ୍ଡିଆ ବାଛୁରୀକୁ ଦେଖି ଅରବିନ୍ଦ ଯାଦବଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅପର ପକ୍ଷରେ ଗ୍ରାମବାସୀମାନେ ଏହାକୁ ଚମତ୍କାର ବୋଲି କହିଛନ୍ତି। ଏହି ଅଜବ ବାଛୁରୀକୁ ଦେଖିବା ପାଇଁ ଆଖପାଖ ଗାଁ ଲୋକମାନଙ୍କ ଭିଡ ସୃଷ୍ଟି ହୋଇଛି।

ପ୍ରାଣୀ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଭ୍ରୁଣ ବିକଶିତ ହେବା ସମୟରେ ସେଲସରେ ଆବନର୍ମାଲ ବିକାଶ ପାଇଁ ଏଭଳି ବାଛୁରୀ ଜନ୍ମ ନେଇଛି। ଏହା କୌଣସି ଦୈବୀ ଚମତ୍କାର ନୁହେଁ। ଗର୍ଭରେ ଭ୍ରୁଣ ବିକଶିତ ହେବା ସମୟରେ କୋଷିକା ଗୁଡିକ ବହୁ ଭାଗରେ ବିଭକ୍ତ ହୋଇଯାଆନ୍ତି। ଏହି ପ୍ରକ୍ରିୟା ସମୟରେ ବେଳେ ବେଳେ କୋଷିକା ଗୁଡିକର ଅତିରିକ୍ତ ବିକାଶ ହୋଇଯାଏ ଏବଂ ଦୁଇଟି ମୁଣ୍ଡ ହୋଇଯାଏ। କୋଷିକା ଗୁଡିକର ଏହି ଆବନର୍ମାଲ ଡେଭଲପମେଣ୍ଟକୁ ପଲି ସିଫେଲି କୁହାଯାଏ। ଯେଉଁଥି ପାଇଁ ବାଛୁରୀର ଦୁଇଟି ମୁଣ୍ଡ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.