Below header

ବାହା ହେବାର ନିଶା ମାନିଲାନି ଲକଡାଉନ: ପୋଲିସ ଦେଲାନି ଅନୁମତି, ହେଲେ ୧୦୦ କିମି ସାଇକେଲ ଚଲାଇ ଆଣିଲେ ପତ୍ନୀ

କଥାରେ ରହିଛି, ପ୍ରେମ ମାନେି ବନ୍ଧବାଡ। ଏଥିପାଇଁ ପ୍ରେମ କରୁଥିବା ବ୍ୟକ୍ତି ଆଖି ବୁଜି କିଛି ବି କରିବାକୁ ରାଜି ହୋଇଥାନ୍ତି। କିନ୍ତୁ ବାହା ହେବାର ନିଶା ଏମିତି କିଛି କରିବ ଆପଣ କେବେ ଭାବିନଥିବେ। ଏପରି ଏକ ଘଟଣା ଉତ୍ତରପ୍ରଦେଶର ହମିରପୁରରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଜଣେ ୨୩ବର୍ଷ ବୟସ୍କ ବ୍ୟକ୍ତି କନ୍ୟା ଘରେ ପହଞ୍ଚିବା ପାଇଁ ପ୍ରାୟ ୧୦୦ କିଲୋମିଟର ସାଇକେଲ ଚଳାଇଥିବା ଜଣା ପଡିଛି । କରୋନାଭାଇରସ୍ ପାଇଁ ଦେଶବ୍ୟାପୀ ଲକଡାଉନ ଥିବାରୁ ନିରାଶ ହୋଇ ସେ ଏଭଳି କରିଛନ୍ତି |

marriage

ରାଜ୍ୟର ରାଜଧାନୀ ଲକ୍ଷ୍ନୌରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଥିବା ହାମିରପୁର ଜିଲ୍ଲାର ପାଉଥିଆ ଗାଁର କଲ୍କୁ ପ୍ରଜାପତି ଏପ୍ରିଲ ୨୫ରେ ତାଙ୍କ ବିବାହ ପାଇଁ ପ୍ରଶାସନର ଅନୁମତି ମାଗିଥିଲେ। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ତାଙ୍କୁ ଅନୁମତି ନମିଳିବାରୁ ସେ ସେଠାରୁ ୨୩୦କିଲୋମିଟର ଦକ୍ଷିଣରେ ଥିବା ପଡୋଶୀ ମହୋବା ଜିଲ୍ଲାର ପୁନିୟା ଗ୍ରାମରେ କନ୍ୟା ରିଙ୍କିଙ୍କ ଘରକୁ ଏକା ଯିବାକୁ ସ୍ଥିର କରିଥିଲେ।

 

“ବିବାହ ପାଇଁ ଆମେ ସ୍ଥାନୀୟ ପୁଲିସଠାରୁ ଅନୁମତି ପାଇ ନ ଥିଲୁ। ଏକାକୀ ସେଠାରେ ପହଞ୍ଚିବା ପାଇଁ ସାଇକେଲରେ ଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି କାଲ୍କୁ ପ୍ରଜାପତି କହିଛନ୍ତି | ତାଙ୍କ କହିବା ମୁତାବକ, ଶାଶୁ ଘର ଲୋକେ ବିବାହ କାର୍ଡ ଛାପି ସାରିଥିବା ସହ ଗତ ୨୮ ତାରିଖରେ ତାଙ୍କର ବିବାହ ତାରିଖ ଧାର୍ଯ୍ୟ କରାଯାଇଥିଲା। ବିବାହ କରିବା ପାଇଁ ବର କେମିତି ଆସିବ ସେକଥା ନେଇ କନ୍ୟାଙ୍କର ପରିବାର ଚିନ୍ତିତ ରହିଥିଲେ। କିନ୍ତୁ ପ୍ରଜାପତି ବିବାହ ଦିନ ପୂର୍ବରୁ ପହଞ୍ଚି କନ୍ୟା ପକ୍ଷଙ୍କ ଚିନ୍ତା ଦୂର କରିଦେଇଥିଲେ। ଏଥିପାଇଁ କନ୍ୟାର ପରିବାର ଲୋକେ ବିବାହ ଦିନ ଫୋନ୍ କରିବା ପରେ ମୁଁ ସାଇକେଲ ଯୋଗେ ବିବାହ ପାଇଁ ବାହାରିଯାଇଥିଲି। ଲକ ଡାଉନ ଆଉ କେତେ ଦିନ ମଧ୍ୟରେ ଉଠିବ ତାହାର କୌଣସି ସ୍ପଷ୍ଟ ସୂଚନା ନଥିବାରୁ ସେ ସାଇକେଲରେ ଯାଇ ବିବାହ କରିବାକୁ ମନସ୍ଥ କରିଥିବା କହିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.