Below header

ଅବୁଝା ପ୍ରେମ,  ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରେମିକାକୁ ଆଇସିୟୁରେ ବିବାହ କଲେ ପ୍ରେମିକ

ପୁଣେ: ପ୍ରେମ କେତେବେଳେ ଅବୁଝା ତ ପୁଣି କେତେବେଳେ  ନୀରିହ।  ପ୍ରେମକୁ ନେଇ ଅନେକ ଫିଲ୍ମୀ ଓ ସଙ୍ଗୀତ  ମଧ୍ୟ  ତିଆରି ହୋଇଛି। ଯାହାକୁ ଆଜିର ଯୁବପିଢି ବିଶେଷ ଭାବରେ ଅନୁକରଣ  କରାଚାଲିଛନ୍ତି। ଏମିତି ଏକ ଫିଲ୍ମୀର କାହାଣୀ ଭଳି ଘଟଣା ଘଟଛି ପୁଣେ ସହରରେ । ସୁରଜ ନାଲୱାଡେ ଜଣେ ଯୁବକ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ପରେ ଉଭୟ ବିବାହ କରିବା ପାଇଁ ମନସ୍ତ ମଧ୍ୟ କରିଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଚୋରା ପୀରତି ମଧ୍ୟ ଆରମ୍ଭ ହୋଇ ସାରିଥିଲା। କିନ୍ତୁ  ଠିକଣା ବେଳକୁ ଅର୍ଥାତ  ଯୁବତୀ ଜଣକ ସୁରଜଙ୍କୁ ବିବାହ କରିବାର ପ୍ରସ୍ତାବ ଦେବା ବେଳକୁ ସୁରଜ ଅନ୍ୟଜାତିର ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ।  ଯାହା ଫଳରେ ଯୁବତୀ ଜଣକ ବାଧ୍ୟ ହୋଇ ଥାନାର ଦ୍ବରସ୍ଥ ହୋଇଥିଲେ।

ପୋଲିସର କହିବା ମୁତାବକ ପୀଡିତା ଯୁବତୀ  ସୁରଜଙ୍କ ଦ୍ବାରା ବହୁବାର ଦୁଷ୍କର୍ମର ଶିକାର ହୋଇଥିବାର ଏଫଆଇଆର କରିଥିଲେ। ପୋଲିସ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି IPC ୨୭୬ ଧାରାରେ କେସ ରେଜିଷ୍ଟ୍ରୀ କରି ତଦନ୍ତ ଚଳାଇଲା।

pune

ସେପଟେ ସୁରଜଙ୍କ ନପାଇ ପାଗଳିନୀ ପ୍ରାୟ  ହୋଇ ନିଜକୁ ଶେଷ କରିଦେବାକୁ ମନସ୍ଥ କରିସାରଥିଲେ ଯୁବତୀ । ଏଥିପାଇଁ ମଧ୍ୟ ବଜାରରୁ ବିଷ କିଣି ନିଜ ଘରେ ଖାଇ ଶୋଇ ଯାଇଥିଲେ। ପରେ ପରିବାର ଲୋକେ ଯୁବତୀଙ୍କ ବିଷ ଖାଇଥିବା ଘଟଣା ଜାଣିବା ପରେ ସାଙ୍ଗେ ସାଙ୍ଗେ ମେଡିକାଲକୁ ନେଇଥିଲେ। ପରିସ୍ଥିତ ଅଣାୟତ୍ତ ହେବାରୁ ଯୁବତୀ ଜଣଙ୍କୁ ଆଇସିୟୁକୁ ସିଫ୍ଟି କରାଯାଇଥିଲା। ଏହି ଘଟଣାର ଖବର ପାଇବା ପରେ ପ୍ରେମିକ ସୁରଜ ନିଜ ଭୁଲ ବୁଝି ଯୁବତୀଙ୍କୁ ଭେଟିବାକୁ ଡାକ୍ତରଖାନା ଆସିଥିଲେ। ଆଉ ଯୁବତୀଙ୍କ କଷ୍ଟକୁ ଦେଖି ନିଜ ମାନବିକତାକୁ ଧିକାରି ଥିଲେ। ଶେଷରେ ନିଜେ ଦୁଇଟି ଫୁଲମାଳ ଆଣି  ପ୍ରେମିକ ବେକରେ ଗଳାଇ ସେହି ଆଇସିୟୁ ରୁମରେ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.