ଗାଡ଼ି ନମ୍ବର ଭଳି ଆପଣ ବାଛି ପାରିବେ ପସନ୍ଦର ଆଧାର ନମ୍ବର ? UIDAI ଦେଲା ଏପରି ସୂଚନା

ନୂଆଦିଲ୍ଲୀ : ଆଧାରକାର୍ଡ ଭାରତରେ ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ । ଏହା ବିନା ଆପଣ କୌଣସି ସରକାରୀ,ବେସରକାରୀ କିମ୍ବା ବ୍ୟାଙ୍କ କାମ କରିପାରିବେ ନାହିଁ । ତେଣୁ ଆପଣଙ୍କୁ ଆଧାର ସମ୍ବନ୍ଧୀୟ ସବୁ ନିୟମ ଉପରେ ଅପଡେଟ୍‌ ରହିବାକୁ ପଡ଼ିବ । UIDAI ସମୟ ସମୟରେ ଆଧାର ସମ୍ପର୍କିତ ସବୁ ଖବର ଆପଣଙ୍କ ନିକଟରେ ପହଞ୍ଚାଇଥାଏ । ଯେପରି ଆପଣଙ୍କୁ ଏଥିପାଇଁ କୌଣସି ଅସୁବିଧା ହେବାକୁ ନପଡେ ।

ଏବେ ଗାଡ଼ି ନମ୍ବର ଭଳି ଇଚ୍ଛା ମୁତାବକ ଆଧାର ନମ୍ବର ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ବିରୋଧରେ UIDAI ତା’ର ପକ୍ଷ ରଖିଛି । UIDAI ପକ୍ଷରୁ ଓକିଲ ଜୁହେବ ହସନ କହିଛନ୍ତି ଯେ ଏପରି ଆବେଦନ ଦ୍ୱାରା ଜଣେ ବ୍ୟକ୍ତି ଗାଡ଼ି ନମ୍ବର ଭଳି ନିଜ ପସନ୍ଦର ଆଧାର ନମ୍ବର ବାଛିବା ଭଳି ହେବ । ଏହାଦ୍ୱାରା ଆଧାର ସୁରକ୍ଷା ନେଇ ସମସ୍ୟା ସୃଷ୍ଟିହେବ । ଏବେ ଦିଆଯାଉଥିବା ଆଧାର ସୁରକ୍ଷିତ ।

କାରଣ ଏହା କେତେ ଯାଞ୍ଚ ସ୍ତର ଦେଇ ଯାଇଥାଏ । ଯଦି ପସନ୍ଦ ଅନୁଯାୟୀ ଆଧାର ନମ୍ବର ଦେବାକୁ ଅନୁମତି ଦିଆଯାଏ । ତେବେ ବହୁ ସଂଖ୍ୟାରେ ଲୋକେ ଆଧାର ନମ୍ବର ପରିବର୍ତ୍ତନ କରିବାକୁ ଦାବି କରିବେ । ଯାହାକୁ କଣ୍ଟ୍ରୋଲ କରିବା ଅସମ୍ଭବ ହେବ । ଏହା ସହିତ ହସନ ଆହୁରୀ ମଧ୍ୟ ଉପଦେଶ ଦେଇଛନ୍ତି ଯେ ଆବେଦନକାରୀ ନିଜର ମୋବାଇଲ ନମ୍ବର ଓ ଇ-ମେଲ୍‌ ଆଡ୍ରେସ ଆଧାରରେ ଯୋଡ଼ନ୍ତୁ । ଏହାଦ୍ୱାରା ଆଧାର ଭୂଲ ଯାଗାରେ ଉପଯୋଗ ହୋଇ ପାରିବନି । ଏହି ମାମଲାର ଆସନ୍ତା ଶୁଣାଣୀ ଜାନୁଆରୀ ମାସରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.