Below header

ତାଲିବାନ ବିରୋଧରେ ତାତିଲେ ଶହ ଶହ ମହିଳା, ହାତରେ ରାଇଫଲ ଧରି କଲେ ମାର୍ଚ୍ଚ

ତାଲିବାନ ବିରୋଧରେ ତାତିଲେ ମହିଳା । ହାତରେ ବନ୍ଧୁକ ଧରିଲେ । ଉତ୍ତର ଓ କେନ୍ଦ୍ରୀୟ ଆଫଗାନିସ୍ତାନ ସ୍ଥିତ ଘୋର ପ୍ରଦେଶରେ ତାଲିବାନ ଆତଙ୍କବାଦ ବିରୋଧରେ ଶହ ଶହ ମହିଳା ହାତରେ ରାଇଫଲ ଧରି ମାର୍ଚ୍ଚ କରିବା ସହ ତାଲିବାନ ବିରୋଧୀ ସ୍ଲୋଗାନ ଦେଇଥିଲେ । ଆଫଗାନିସ୍ତାର ଗ୍ରାମାଞ୍ଚଳରେ ଏବେ ତାଲିବାନର ନିୟନ୍ତ୍ରଣ ବଢିବାରେ ଲାଗିଛି । ଉତ୍ତର ବାଦାଖାସନ ପ୍ରଦେଶ ସମେତ ୧୨ରୁ ଅଧିକ ସ୍ଥାନରେ ତାଲିବାନ କବଜା କରିବାରେ ଲାଗିଛି । ତାଲିବାନୀ ଶାସନ ସେମାନଙ୍କୁ ବିପଦରେ ପକାଇବ । ଆଫାଗାନିସ୍ତାନକୁ ତାଲିବାନର ଦଖଲ, ଆଞ୍ଚଳିକ ସୁରକ୍ଷାପ୍ରତି ସିଧାସଳଖ ବିପଦ ବୋଲି ବିକ୍ଷୋଭକାରୀ ମହିଳା ଆଶଙ୍କା କରିଛନ୍ତି ।

ମହିଳାଙ୍କୁ ଶିକ୍ଷାଦାନ ଓ ସ୍ୱାଧିନତାକୁ ତାଲିବାନ ବିରୋଧ କରିଆସୁଛି । ଏପରିକି ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟ ରହିଛି । ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ସହ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବାରେ ଲାଗିଛି ତାଲିବାନ୍‌ । ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇସାରିଥିବା ତାଲିବାନ୍‌ ଦାବି କରିଛି । ଏପ୍ରିଲ ପରଠାରୁ ୩ ହଜାର ୬୦୦ ସାଧାରଣ ନାଗରିକଙ୍କୁ ହତ୍ୟା କରାଗଲାଣି। ପ୍ରାୟ ୧ ହଜାର ଯବାନ ସହିଦ ହେଲେଣି । ୩ହଜାରରୁ ଅଧିକ ଆହତ ହୋଇଛନ୍ତି। ଏଭଳି ସ୍ଥିତିରେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଚାଲିଲେ ମହିଳାଙ୍କ ପ୍ରତି ବିପଦ ବଢିବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.