ନିଆଁ ପରେ ଅଷ୍ଟ୍ରେଲିଆରେ ଆସିଲା ଭୟଙ୍କର ବାଲିଝଡ଼! ଭିଡିଓ ଦେଖିଲେ ଆପଣ ବି କହିବେ, ‘ସତରେ, କ’ଣ ହେଉଛି’?

କିଛିଦିନ ତଳେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟାବହ ନିଅାଁକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଥିଲା। ଏବେ ସେଠାକାର ସେଣ୍ଟ୍ରାଲ ନ୍ୟୁ ସାଉଥ୍‌ େଓ୍ଵଲ୍ସରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ସେଠାରେ ଅତି ଭୟଙ୍କର ବାଲିଝଡ଼ ଆସିଛି, ଯାହାକୁ ଦେଖିଲେ ଆପଣ ବି ସ୍ତବ୍ଧ ହୋଇଯିବେ।

b2

ବାଲିଝଡ଼ର ଏହି ଫଟୋକୁ Jason Davies ନାମକ ଜଣେ ଅଷ୍ଟ୍ରେଲିୟାନ୍‌ ଯୁବକ କ୍ୟାମେରାରେ କଏଦ କରିଥିଲେ। ଏଥିରେ ଧୂଳିର ଏକ ବିରାଟ ବେଲୁନ୍‌ ଆକାଶରେ ଦୃଶ୍ୟମାନ ହେଉଛି।


ଏହି ଝଡ଼ ସମୟରେ ପୂରା ଅଞ୍ଚଳରେ ଜିରୋ ଭିଜିବିଲିଟି ଥିଲା। Dubboରେ ପବନର ବେଗ ଖୁବ୍‌ ତୀବ୍ର ଥିଲା। ଅଞ୍ଚଳବାସୀଙ୍କ କହିବା ହେଲା, ଏହି ବାଲିଝଡ଼ ଯୋଗୁ ଆଖିରେ କିଛି ଦେଖି ବି ହେଉ ନ ଥିଲା।


ତେବେ ଏମିତି ବାଲିଝଡ଼ ସାଧାରଣତଃ ମଧ୍ୟ ଏସିଆରେ ଆସିଥାଏ। ସେଠାରୁ ଏଭଳି ଫଟୋ ବେଳେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.