ଇରାକ୍ ରାଜଧାନୀ ବାଗ୍‌ଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ପୁଣି ରକେଟ୍ ମାଡ଼

କେନ୍ୟୁଜ୍: ଇରାକ୍ ରାଜଧାନୀ ବାଗ୍‌ଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ଼ । ଦୂତାବାସ ନିକଟରେ ତିନିଟି ରକେଟ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଟାଇଗ୍ରିସ୍‌ର ପଶ୍ଚିମ ଅଞ୍ଚଳରେ ପ୍ରବଳ ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ସ୍ଥାନରେ ହିଁ ଅନେକ ବିଦେଶୀ ଦୂତାବାସ ରହିଛି । ଏହି ରକେଟ୍ ମାଡ଼ ଯୋଗୁ କାହାରି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । କିଛି ଦିନ ହେବ ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ କରାଯାଉଛି । ଇରାନ୍ ରକେଟ୍ ମାଡ଼ କରୁଥିବା ଅଭିଯୋଗ ହୋଇଛି । ସୁଲେମାନିର ହତ୍ୟା ପରେ ଇରାନ୍ ଓ ଆମେରିକା ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.