ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ କଡ଼ା ବିରୋଧ, ତିନୋଟି ବସରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ଜଳିଲା ବସ୍‌ । ତିନୋଟି ବସରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଜାମିଆ ୟୁନିଭରସିଟିର ଛାତ୍ର ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ୟୁନିଭରସିଟି ପାଖ ଫ୍ରେଣ୍ଡସ କଲୋନୀ ଆଗରେ ବସକୁ ଜାଳିଦେଲେ ଆନ୍ଦୋଳନକାରୀ । ନାଗରିକତା ସଂଶୋଧନ ଆଇନକୁ କଡ଼ା ବିରୋଧ କରି ଏଭଳି କାଣ୍ଡ ଘଟାଇଛନ୍ତି ଆନ୍ଦୋଳନକାରୀ । ପୋଲିସ ଉପରକୁ ପଥର ମାଡ କରିଛନ୍ତି । ଅଗ୍ନିଶମ ବାହିନୀକୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପାଲଟା ଆକ୍ରମଣ କରି ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଉଦ୍ୟମ କରିଛି ପୋଲିସ । ଘଟଣା ପରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଦୁଇ ଦିନ ଧରି ଚାଲିଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.