ଭାରତ-ପାକ୍ ମ୍ୟାଚ୍କୁ ନେଇ ପ୍ରଶ୍ନ ଉଠାଇଲେ ଓବେସି; କହିଲେ- ସେଠିକି ଯିବା ମନା, ପୁଣି ଖେଳିବ କେମିତି ?

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ୍ର ଉତ୍ସାହ ବଢ଼ିବାକୁ ଯାଉଛି ଏବଂ କ୍ରୀଡ଼ାପ୍ରେମୀମାନେ ରବିବାର ଦିନ ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ଅପେକ୍ଷା କରିଛନ୍ତି। ତେବେ ମ୍ୟାଚ୍ ପୂର୍ବରୁ ଏ ସମ୍ପର୍କରେ ରାଜନୀତି ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ଉପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓବେସି ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଭାରତ ବର୍ତ୍ତମାନ ପାକିସ୍ତାନ ସହ କାହିଁକି ମ୍ୟାଚ୍ ଖେଳୁଛି?
ଭାରତ ଏସିଆ କପ୍ ୨୦୨୩ରେ ପାକିସ୍ତାନକୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଓବେସି ବର୍ତ୍ତମାନର ମ୍ୟାଚ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏବେ ଭାରତ ଅଷ୍ଟ୍ରେଲିଆରେ ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଖେଳୁଛି କାହିଁକି? ଖେଳିବାର ନଥିଲା। ଆମେ ପାକିସ୍ତାନ ଯିବୁ ନାହିଁ, କିନ୍ତୁ ତାଙ୍କ ସହ ଅଷ୍ଟ୍ରେଲିଆରେ ଖେଳିବୁ। ଏହି ପ୍ରେମ କ’ଣ ପାଇଁ? ପାକିସ୍ତାନ ସଙ୍ଗେ ଖେଳ ନାହିଁ।’
ଓବେସି କହିଛନ୍ତି, ଯଦି ପାକିସ୍ତାନ ସହିତ ନ ଖେଳ ତେବେ କ’ଣ ଅସୁବିଧା ହୋଇଯିବ? ଟିଭି ପାଇଁ ୨ ହଜାର କୋଟି ଟଙ୍କା କ୍ଷତି? କିନ୍ତୁ ଏହା କଣ ଭାରତଠାରୁ ଅଧିକ କି?
Why play a match in Australia? Owaisi raises question after BCCI says ‘no’ to Pakistan-hosted Asia Cup | Indiablooms – First Portal on Digital News Management https://t.co/9gEj0uYq3s #India #Pakistan #T20WorldCup #AsaduddinOwaisi #AIMIM
— India Blooms (@indiablooms) October 22, 2022
ସେ କହିଛନ୍ତି କି ବର୍ତ୍ତମାନ ମ୍ୟାଚ୍ କିଏ ଜିତିବ ମୁଁ ଜାଣେ ନାହିଁ, କିନ୍ତୁ ମୁଁ ମଧ୍ୟ ଭାରତ ଜିତୁ ବୋଲି ଚାହୁଁଛି। ଶାମି ଓ ମହମ୍ମଦ ସିରାଜଙ୍କ ପରି ଖେଳାଳି ଥିବାରୁ ପାକିସ୍ତାନକୁ ହରାଇବା ସହଜ ହେବ ବୋଲି ଓବେସି କହିଛନ୍ତି।
Also Read: ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ