ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ମୂଳ ଭାରତୀୟ ରିଷି ସୁନକ, ୧୦୦ ନେତାଙ୍କ ମିଳିଲା ସମର୍ଥନ

ନୂଆଦିଲ୍ଲୀ : ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଏ ହେବ ନୂଆ ପ୍ରଧାନମନ୍ତ୍ରୀ, ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କସା । ଏହାକୁ ନେଇ ପୁଣିଥରେ ବ୍ରିଟେନରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ତେବେ କଂଜରଭେଟିଭ ପାର୍ଟିର ଶହେ ନେତା ରିଷିଙ୍କୁ ସମର୍ଥନ ଦେବା ପରେ ରିଷିଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ଅଧିକ ସମ୍ଭାବନା ସୃଷ୍ଟି ହୋଇଛି ।

ନିକଟରେ କରାଯାଇଥିବା ସର୍ଭେ ଅନୁଯାୟୀ ମଧ୍ୟ ମୂଳ ଭାରତୀୟ ରିଷିଙ୍କୁ ବ୍ରିଟେନବାସୀ ଅଧିକ ପସନ୍ଦ କରୁଛନ୍ତି ବୋଲି ଜଣାପଡିଛି । ରିଷିଙ୍କ ପରେ ରହିଛନ୍ତି ପେନି ମୋଡାଣ୍ଟ । ସର୍ଭେ ଅନୁଯାୟୀ ରିଷିଙ୍କୁ ୪୪ % ସମର୍ଥନ ମିଳିଥିବା ବେଳେ ୩୧% ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.