କାବୁଲ ଏୟାରପୋର୍ଟରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ କରାଗଲା ବନ୍ଦ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଅନ୍ୟ ଦେଶକୁ ଚିନ୍ତାରେ ପକାଇଛି। ଲୋକମାନେ ଭୟରେ ଦେଶ ଛାଡି ଯାଉଛନ୍ତି। ଏହାର ଅନେକ ଭିଡ଼ିଓ ମଧ୍ୟ ଭାଇରାଲ ହେଲାଣି। ସେଥିପାଇଁ କାବୁଲରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ ବନ୍ଦ କରାଯାଇଛି । ତେବେ ଏହାରି ମଧ୍ୟରେ ଭାରତ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭାରତରୁ କୌଣସି ବିମାନ ଆଫଗାନିସ୍ତାନକୁ ଯିବ ନାହିଁ। ଏୟାର ଇଣ୍ଡିଆ ଏହାକୁ ନେଇ ସ୍ପଷ୍ଟ ସୂଚନା ଦେଇଛି। ଦିଲ୍ଲୀରୁ କାବୁଲକୁ ଯାଉଥିବା ସମସ୍ତ ଫ୍ଲାଇଟକୁ ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ ଏହା ୮.୩୦ ପରିବର୍ତ୍ତେ ୧୨.୩୦ରେ ଉଡାଣ ଭରିଥାନ୍ତା। କିନ୍ତୁ ଏହାକୁ ଅପରେଟ କରିବା ପାଇଁ ମନା କରାଯାଇଛି। ଆଫଗାନିସ୍ତାନକୁ ଏବେ ଉଡ଼ାଣ ବନ୍ଦ ହେବା କାରଣରୁ ଫ୍ଲାଇଟ ଅପରେଟ କରିବା ପାଇଁ ମନା କରାଯାଇଛି। ଏହା ସହିତ କାବୁଲରୁ ଆପତ୍ତିକାଳୀନ ସ୍ଥିତିରେ ନୂଆ ଦିଲ୍ଲୀକୁ ଆସୁଥିବା ବିମାନକୁ ଷ୍ଟାଣ୍ଡବାୟରେ ରଖିବାକୁ କୁହାଯାଇଛି।

ଅନ୍ୟପକ୍ଷରେ କାବୁଲର Hamid Karzai International  ଏୟାରପୋର୍ଟରେ ସମସ୍ତ ବିମାନ ଉଡ଼ାଣକୁ ସସ୍ପେଣ୍ଡ କରାଯାଇଛି। ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଅଶରଫ ଗନୀ ତାଲିବାନ ଆଗରେ ନତମସ୍ତକ ହୋଇଛନ୍ତି। ଦେଶ ଛାଡି ପଳାଇଛନ୍ତି। ଆମେରିକା ଏହି ସମରେ ନିଜ ଲୋକଙ୍କୁ ଆଣିବା ପାଇଁ କାବୁଲର ଏୟାରପୋର୍ଟରେ ୬୦୦୦ ସୈନିକ ମାନଙ୍କୁ ପଠାଇଛି। ତେବେ ଏବେ ପର୍ଯ୍ୟନ୍ତ ସେଠାର ଅନେକ ଭିଡ଼ିଓ ଭାଇରାଲ ହୋଇଛି। ତାଲିବାନର ଗୁଳିଫୁଟା ଶବ୍ଦ ସେଠାରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.