Below header

ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିଲେ ପିଏମ୍‌ ମୋଦି, ସମ୍ମାନିତ କରି ବଢ଼ାଇଲେ ଉତ୍ସାହ

ଟୋକିଓ ଅଲମ୍ପିକ୍‌ରେ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଥିବା ଖେଳାଳିଙ୍କୁ ଆଜି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଦିନ ଦିଲ୍ଲୀରେ ନିଜ ବାସଭବନରେ ସମସ୍ତ ଅଲମ୍ପିକ ପ୍ରତିଯୋଗୀଙ୍କ ସହ ସାକ୍ଷାତ କରିଛନ୍ତି ମୋଦି। ମୋଦି ପ୍ରତ୍ୟେକ ଖେଳାଳିଙ୍କ ସହ କଥାବାର୍ତ୍ତା କରିବା ସହ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତ।

ଆଜି ମୋଦି ନିଜ ବାସଭବନରେ ଅନୁଷ୍ଠିତ ସମ୍ମାନ ସମାରୋହରେ ଟୋକିଓରେ ପଦକ ଜିତିଥିବା ଖେଳାଳିଙ୍କ ସମେତ ସେଠାରେ ପ୍ରତିନିଧିତ୍ୱ କରିଥିବା ଅନ୍ୟ ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ଅଳ୍ପକେ ହାରିଥିବା ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରାଯିବ।

ଏହା ପୂର୍ବରୁ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ପିଏମ୍‌ ମୋଦି ଲାଲକିଲ୍ଲାରୁ ଦେଶର ଖେଳାଳିଙ୍କ ଉତ୍ସାହ ବଢ଼ାଇଥିଲେ। ସେ ପଦକ ଜିତିଥିବା ଖେଳାଳିଙ୍କ ପ୍ରଶଂସା କରିଥିବା ବେଳେ ଭାଗ ନେଇଥିବା ଅନ୍ୟ ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ମୋଦି ଟୋକିଓ ପାରା ଅଲମ୍ପିକରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଖେଳାଳି ଦଳଙ୍କ ସହ ଆଲୋଚନା କରିବେ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସେ ଖେଳାଳିଙ୍କ ସହ କଥା ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.