ଚାରି ମହଲା ବିଲ୍ଡିଂରୁ ପଡି ଏୟାର ହୋଷ୍ଟେସ ମୃତ, ପ୍ରେମିକ ଗିରଫ

ଦୁବାଇରୁ ବଏଫ୍ରେଣ୍ଡଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଆସିଥିଲେ ପ୍ରେମିକା ହେଲେ ବିଲିଡିଂ ବାଲକୋନୀରୁ ପଡି ଜୀବନ ଚାଲିଗଲା । ବେଙ୍ଗାଲୁରୁର କୋରମଙ୍ଗଳାର ଏକ ଆପାର୍ଟମେଣ୍ଟରେ ବଏଫ୍ରେଣ୍ଡ ଆଦେଶଙ୍କ ସହ ରହୁଥିଲେ। ପୋଲିସ ପ୍ରେମିକ ଆଦେଶଙ୍କୁ ଗିରଫ କରିଛି ।

ଦୁବାଇରୁ ବଏଫ୍ରେଣ୍ଡଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଆସିଥିଲେ ପ୍ରେମିକା ହେଲେ ବିଲିଡିଂ ବାଲକୋନୀରୁ ପଡି ଜୀବନ ଚାଲିଗଲା । କିଛି ଦିନ ପୂର୍ବରୁ ଏୟାର ହୋଷ୍ଟେସ ଥିବା ଅର୍ଚ୍ଚନା ଦୁବାଇରୁ ବେଙ୍ଗାଲୁରୁ ଆସିଥିଲେ । ବେଙ୍ଗାଲୁରୁର କୋରମଙ୍ଗଳାର ଏକ ଆପାର୍ଟମେଣ୍ଟରେ ବଏଫ୍ରେଣ୍ଡ ଆଦେଶଙ୍କ ସହ ରହୁଥିଲେ। ଆଦେଶ ପେସାରେ ଜଣେ ଇଞ୍ଜିନିୟର । ଏକ ଡେଟିଂ ଆପ୍ରୁ ଉଭୟଙ୍କ ସାକ୍ଷାତ ହୋଇଥିଲା ।

୬ ମାସର ସମ୍ପର୍କ ପରେ ଆଦେଶଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଆସିଥିଲେ । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ତେବେ ଘଟଣା ଦିନ ଉଭୟେ ମଦ ପିଇଥିଲେ। ନିଶାରେ ବାଲକୋନୀରେ ଗୋଡ ଖସି ଯିବାରୁ ଅର୍ଚ୍ଚନା ତଳକୁ ଖସି ପଡିଥିବା ପୋଲିସ ଆଗରେ କହିଛନ୍ତି ଆଦେଶ । ସେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଆଦେଶଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ଦିନ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା ଓ ଅର୍ଚ୍ଚନା ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା ତାଙ୍କୁ ବୟଫ୍ରେଣ୍ଡ ହତ୍ୟା କରିଥାଇ ପାରେ କହିଛି ପୋଲିସ । ଏନେଇ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.