ଲକ୍‌ଡାଉନ ନିୟମ ଭାଙ୍ଗିଥିବା ଲୋକଙ୍କୁ ଆଶ୍ୱସ୍ତ କଲେ ମହାରାଷ୍ଟ୍ର ସରକାର! ରୁଜୁ ହୋଇଥିବା ସମସ୍ତ ମାମଲାକୁ କରି ନିଆଯିବ ପ୍ରତ୍ୟାହାର

ମହାରାଷ୍ଟ୍ର ସରକାର ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅଧୀନରେ ରାଜ୍ୟର ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତି ମିଳିବ, ଯେଉଁମାନେ କରୋନା ମହାମାରୀ ସମୟରେ ଅଯଥା ଆଇନ ଜାଲରେ ଛନ୍ଦି ହୋଇ ପଡ଼ିଥିଲେ। ବାସ୍ତବରେ, କରୋନା ମହାମାରୀ ସମୟରେ ସରକାର ଲକ୍‌ ଡାଉନ ଭଳି କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁମାନେ ସେହି ସମୟରେ ଲକ୍‌ଡାଉନ ନିମୟକୁ ଉଲ୍ଲଂଘନ କରିଥିଲେ, ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରି ନିଆଯିବ। ରାଜ୍ୟ ଗୃହ ବିଭାଗ ଲକ୍‌ଡାଉନ ନିୟମ ଉଲ୍ଲଂଘନ ନେଇ ଆଇପିସି ଧାରା ୧୮୮ ଅଧୀନରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛି।

ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବର୍ତ୍ତମାନ ସବୁଜ ସଙ୍କେତ ମିଳିବାକୁ ବାକି ଅଛି। ଗୃହମନ୍ତ୍ରୀ ଦିଲୀପ ଡବ୍ଲ୍ୟୁ ପାଟିଲ କହିଛନ୍ତି, ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ କ୍ୟାବିନେଟ୍‌ରେ ଅଣାଯିବ। କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା କ୍ଷଣି ସମସ୍ତ ମାମଲାକୁ ଉଠାଇ ନେବା ପ୍ରକ୍ରିୟାକୁ ଆରମ୍ଭ କରି ଦିଆଯିବ।

ସୂଚନାଥାଉ କି, କରୋନା ବୃଦ୍ଧି ମାମଲାକୁ ନଜରରେ ରଖି ୨୪ ମାର୍ଚ୍ଚ ୨୦୨୦ରୁ ପୂରା ଦେଶରେ ଲକ୍‌ଡାଉନ ଲଗାଯାଇଥିଲା। ଧୀରେ ଧୀରେ ଏହା ପାଖାପାଖି ୫ ମାସ ପର୍ଯ୍ୟନ୍ତ ବଢ଼ିଥିଲା। ଏତିକି ନୁହେଁ, କରୋନା ଦ୍ୱିତୀୟ ଲହର ଆସିବା ପରେ ବି ୨୦୨୧ରେ ଲକ୍‌ଡାଉନ ଲାଗୁ ହୋଇଥିଲା। ସେହି ସମୟରେ ଯେଉଁମାନେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରିଥିଲେ, ଅର୍ଥାତ୍‌ ବିନା କାରଣରେ ବୁଲାବୁଲି କରିଥିଲେ, ସେମାନଙ୍କ ବିରୋଧରେ ଆଇପିସି ଧାରା ୧୮୮ ଅନୁସାରେ ମାମଲା ରୁଜୁ କରାଯାଇଥିଲ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.