ଗ୍ରାମାଞ୍ଚଳରେ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ୨୦୨୪ ସୁଦ୍ଧା ସବୁ ଘରକୁ ପାଣି

ଭୁବନେଶ୍ୱର (କେନ୍ୟୁଜ): ୨୦୨୪ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ପୌରାଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଆଜି ବିଧାନସଭା ପ୍ରଶ୍ନକାଳରେ ପାନୀୟ ଜଳ ସମ୍ପର୍କିତ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ।

ପାନୀୟ ଜଳ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ । ସେମାନେ ଅଭିଯୋଗ କରିଛନ୍ତି, ଏବେ ପାଣି ଅଭାବରୁ କେନ୍ଦୁଝର, ବଲାଙ୍ଗିର, ମୟୂରଭଞ୍ଜ ଭଳିି ଅନେକ ଜିଲ୍ଲାରେ ପିଇବା ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ମାତ୍ର ୨୨ ବର୍ଷ ଭିତରେ ୯ଟି ବୃହତ ପାନୀୟ ଜଳ ହୋଇପାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.