ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ: ଆଜିଠୁ ସବୁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ । ସାଂଘାତିକ ବାୟୁ ପ୍ରଦୂଷଣ ପାଇଁ ପରବର୍ତ୍ତୀ ଆଦେଶ ଯାଏ ଦିଲ୍ଲୀର ସବୁ ସ୍କୁଲ ବନ୍ଦ ରହିବ । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ଏହା କହିଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ମାମଲାରେ ଶୁଣାଣି ହୋଇଥିଲା ।

ପ୍ରଦୂଷଣ ସ୍ତର ବଢୁଥିବା ବେଳେ ସ୍କୁଲ ଖୋଲାଯାଇଥିବାରୁ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏନେଇ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଥିଲେ । ବାୟୁ ପ୍ରଦୂଷଣ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଲାଗୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ଅଦାଲତ । ଯଦି କିଛି ପଦକ୍ଷେପ ନ ନିଅନ୍ତି ତେବେ କୋର୍ଟ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି । ଆଜି ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.