କରୋନା ଟିକା ପରୀକ୍ଷଣରେ ସାମିଲ ହୋଇଥିବା ବ୍ଯକ୍ତିଙ୍କ ପାର୍ଶ୍ବ ପ୍ରତିକ୍ରିୟା ଆରୋପ ମିଥ୍ଯା: ସିରମ ଇନଷ୍ଟିଚ୍ଯୁଟ୍

ସିରମ୍ ଇନଷ୍ଟିଚ୍ଯୁଟ୍ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡ ଟିକା (କୋଭିସିଲ୍ଡ)ର ପରୀକ୍ଷଣରେ ଭାଗ ନେଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଥିଲେ। ଚେନ୍ନାଇର ଜଣେ ବ୍ୟକ୍ତି ଟିକା ନେବା ପରେ ତାଙ୍କର ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ସେ ମାନସିକ ରୋଗର ଶିକାର ହେବା ସହିତ ଶରୀରରେ ଅନ୍ଯାନ୍ଯ କୁପ୍ରଭାବର ସାମ୍ନା କରିଥିଲେ ବୋଲି ଅଭିଯୋଗ କରିଥିଲେ । ଏଥିପାଇଁ ସେ ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏହାଛଡ଼ା ଏହି ଟିକାର ପରୀକ୍ଷଣକୁ ବନ୍ଦ ରଖିବାକୁ ପାଇଁ ମଧ୍ୟ ଦାବି କରିଥିଲେ।

serum

ତେବେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ସିରମ୍ ଦର୍ଶାଇଛି। ସମ୍ପୃକ୍ତ ବ୍ୟକ୍ତିଜଣକ ଯୋଜନାବଦ୍ଧ ଭାବେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇସାରିଛି ବୋଲି ସିରମ୍ ପକ୍ଷରୁ କୁହାଯାଇଛି। ଏହା ସହିତ ସିରମ୍ ଇନଷ୍ଟିଚ୍ଯୁଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବ ବୋଲି କହିଛି। ଚେନ୍ନାଇରେ ଅନୁଷ୍ଠିତ ଅକ୍ସଫୋର୍ଡ ଟିକା ପରୀକ୍ଷଣରେ ଭାଗ ନେଇଥିବା ଶତାଧିକ ସ୍ବେଚ୍ଛାସେବୀଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ସିରମ୍ ସ୍ପଷ୍ଟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.